ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଫ୍ରେଣ୍ଡସିପ , ଫେଲୋସିପ ଆଣ୍ଡ ସର୍ଭିସ ! ଏପରି ସୁନ୍ଦର ମଟୋ କୁ ନେଇ ସମଗ୍ର ବିଶ୍ବରେ ସମାଜସେବା ଜାରି ରଖିଛି ଇନର ହୁଇଲ କ୍ଲବ ! ରାଜଧାନୀ ଭୁବନେଶ୍ୱର ର ସମସ୍ତ ଇନର ହୁଇଲ କ୍ଲବ ସଦସ୍ୟା ଏକାଠି ହୋଇ ପାଳିଛନ୍ତି ଫ୍ରେଣ୍ଡସିପ୍ ଡେ । ଆଚାର୍ଯ୍ୟବିହାର ଛକ ନିକଟସ୍ଥ ରୋଟାରୀ ଭବନରେ ଆୟୋଜିତ ହୋଇଥିଲା ଏହି ସୁନ୍ଦର କାର୍ଯ୍ୟକ୍ରମ ! ବିଶ୍ଵ ର ଅଗ୍ରଣୀ ମହିଳା ସାମାଜିକ ସଂଗଠନ ହେଉଛି ଇନର ହୁଇଲ ! ଏହି ସଂଗଠନ ବିଭିନ୍ନ କ୍ଷେତ୍ରରେ ନିଜର କାର୍ଯ୍ୟ ଜାରି ରଖିଛି । ଫ୍ରେଣ୍ଡସିପ୍, ଫେଲୋସିପ ଏବଂ ସର୍ଭିସ୍ କୁ ମଟୋ କରି କାର୍ଯ୍ୟ କରୁଥିବା ଏହି ସଂସ୍ଥା ର ରାଜଧାନୀ ଭୁବନେଶ୍ୱର ରେ ଏଗାର ଗୋଟି ଶାଖା ଅଛି । ବିଶ୍ୱ ବନ୍ଧୁତା ଦିବସ ରେ ସମସ୍ତ ଶାଖାର ଶହେରୁ ଅଧିକ ସଦସ୍ୟା ଏକାଠି ହୋଇ ହସ ଖୁସି ର ମାହୋଲ ରେ ଉତ୍ସବ ପାଳନ କରିଥିଲେ । ଆଗାମୀ ଦିନରେ ଇନର ହୁଇଲ ତରଫରୁ ଆୟୋଜିତ ହେବାକୁ ଥିବା କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ଇନର ହୁଇଲ ର ସଦସ୍ୟା ! ସମାଜସେବା କ୍ଷେତ୍ରରେ ଅନ୍ୟ ସଂଗଠନ ପାଇଁ ଉଦାହରଣ ପାଲଟିଛି ଇନର ହୁଇଲ କ୍ଲବ ! ରକ୍ତଦାନ ଶିବିର ଠାରୁ ଆରମ୍ଭ କରି ବୃକ୍ଷରୋପଣ , ଜରାଶ୍ରମ ଏବଂ ବାଳାଶ୍ରମରେ ଖାଦ୍ୟ ସାମଗ୍ରୀ ବଣ୍ଟନ , ଶିକ୍ଷାନୁଷ୍ଠାନରେ ପାଠ୍ୟ ଉପକରଣ ବଣ୍ଟନ , ଅସହାୟ ମହିଳା ଏବଂ ରୋଗୀଙ୍କର ଦାୟିତ୍ୱ ଗ୍ରହଣ ପରି କାର୍ଯ୍ୟରେ ଯୋଡି ହୋଇ ରହିଛନ୍ତି ଇନର ହୁଇଲ ର ସଭ୍ୟା !
ଇନର ହୁଇଲ କ୍ଲବ ତରଫରୁ ଫ୍ରେଣ୍ଡସିପ୍ ଡେ ପାଳନ !!!

