ବିଦ୍ୟାଳୟ ରେ ନାହାନ୍ତି ସଂସ୍କୃତ ଶିକ୍ଷକ : 5T କାମ ହୋଇଛି ନିମ୍ନ ମାନର !!!

Spread the love

ରାସଗୋବିନ୍ଦପୁର ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ବିଦ୍ୟାଳୟ ରେ ନାହାନ୍ତି ସଂସ୍କୃତ ଶିକ୍ଷକ , 5 t କାମ ହୋଇଛି ନିମ୍ନ ମାନର। ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଝାଟିଅଡା ପଞ୍ଚାୟତ ର ସରକାରୀ ଉଚ୍ଚ ବିଦ୍ୟାଳୟ ର ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ଏହି ବିଦ୍ୟାଳୟ ରେ 5t କାର୍ଯ୍ୟ ସରିଥିଲେ ସୁଦ୍ଧା ନିମ୍ନ ମାନର ନିର୍ମାଣ ହୋଇଥିବାର ଅଭିଯୋଗ ଆସିଛି । ତେବେ ସୂଚନା ମୁତାବକ ଗତ 2ବର୍ଷ ହେବ ଝାଟିଅଡା ସ୍ଥିତ ଶ୍ରୀମା ଶିକ୍ଷା ସଦନ ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତର କରାଯାଇଥିଲା । ତେବେ ମାତ୍ର 2ବର୍ଷ ନ ପୂରୁଣୁ ବିଦ୍ୟାଳୟ ର କାନ୍ଥ ଫାଟି ପାଣି ଗଳୁଥିବା ଦେଖାଯାଇଛି । ସାଇନସ୍ ଆଣ୍ଡ ଲ୍ୟାବରେଟରୀ, ସ୍ମାର୍ଟ କ୍ଲାସ ପ୍ରଭୃତି ର କାନ୍ଥ ଫାଟି ଆଁ ହୋଇଥିବା ବେଳେ ସାଇକଲ ଷ୍ଟାଣ୍ଡ ଭୂଷୁଡି ଯାଇଛି । ଛାତ୍ର ଛାତ୍ରୀ ମାନଙ୍କ ମୈ!ଳିକ ସୁବିଧା ଥାଇ ମଧ୍ୟ ନଥିବା ସହ ସମାନ ବୋଲି ମନେ ହେଉଛି । ତେବେ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ଓ ବିଜ୍ଞାନ ଶିକ୍ଷକ ନଥିବାରୁ ପାଠ ପଢ଼ାରେ ଅସୁବିଧା ହେଉଥିବା ଦେଖାଦେଇଛି । ଏ ବାବଦରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୋୖଣସି ସୁଫଳ ମିଳିନାହିଁ । ତେବେ ଆଗାମୀ ମ୍ୟାଟ୍ରିକ ପରୀକ୍ଷା ପ୍ରସ୍ତୁତି ପାଇଁ 15 ଦିନ ଭିତରେ ଶିକ୍ଷକ ଯୋଗାଇବାକୁ ଦାବି କରୁଛନ୍ତି ଅଭିଭାବକ ।

Leave a Reply

Your email address will not be published. Required fields are marked *