ଟୁଙ୍ଗୁରୁ ଗ୍ରାମରେ ଡବଲ ମର୍ଡର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଟୁଙ୍ଗୁରୁ ଗ୍ରାମରେ ଡବଲ ମର୍ଡର ! ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ଟୁଙ୍ଗୁରୁ ଗାଁରେ ସ୍ୱାମୀ ସ୍ତ୍ରୀ ଙ୍କୁ ହତ୍ୟା ! ଗତକାଲି ରାତିରେ ବୃଦ୍ଧ ଦମ୍ପତି ପାହାଡ଼ ଉପରେ ଥିବା ଏକ କୁଡ଼ିଆରେ ଶୋଇଥିବା ବେଳେ ଉଭୟଙ୍କୁ ହତ୍ୟା କରାଯାଇଛି ! ହତ୍ୟାର ଶିକାର ହୋଇଥିବା ବୃଦ୍ଧ ଦମ୍ପତି ହେଲେ ଚୈତନ୍ୟ ମଣ୍ଡଳ ଓ ତାଙ୍କ ପତ୍ନୀ ଇରଯାନୀ ମଣ୍ଡଳ । ସ୍ୱାମୀ ଚୈତନ୍ୟଙ୍କ ମୃତଦେହ କୁଡ଼ିଆ ଠାରୁ ୫୦ ମିଟର ଦୂରରେ ପଡ଼ିଥିବା ବେଳେ ସ୍ତ୍ରୀ ର ମୃତଦେହ କୁଡ଼ିଆ ଭିତରେ ପଡିଛି । ଆର. ଉଦୟଗିରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତେବେ ପାହାଡ଼ ଉପରେ କିଏ ଓ କାହିଁକି ବୃଦ୍ଧ ଦମ୍ପତିକୁ ହତ୍ୟା କଲା ତାହାର କାରଣ ସ୍ପଷ୍ଟ ହୋଇନାହିଁ ! ଆର.ଉଦୟଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *