ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପଦ୍ମପୁର PWD ରୋଡ଼ ଠାରୁ ଲୋମଡାସିଂ ରୋଡ଼ ପର୍ଯ୍ୟନ୍ତ PMGSY ରାସ୍ତା ନିର୍ମାଣ ସକାଶେ ଜିଲ୍ଲାପାଳଙ୍କୁ ଦରଖାସ୍ତ ! ଗଜପତି ଜିଲ୍ଲା ରାୟଗଡା ବ୍ଳକର ଗଣ୍ଡାହାତୀ ପଞ୍ଚାୟତର ମୁନୁସିଂ ମୁନିଙ୍ଗାବାଡ଼,କୁଇସିଂ,ତାଳମୁଣ୍ଡା, ଲୁମଡାସିଂ ଗ୍ରାମବାସୀ ମାନେ ଦରଖାସ୍ତ ଜରିଆରେ ଜିଲ୍ଲାପାଳଙ୍କୁ ପଦ୍ମପୁର PWD ରୋଡ଼ ଠାରୁ ଲୋମଡାସିଂ ରୋଡ଼ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ନିର୍ମାଣ ସକାଶେ ନିବେଦନ କରିଛନ୍ତି । ଏହି ଗ୍ରାମ ଗୁଡିକ ଗଣ୍ଡାହାତୀ ଗ୍ରାମ ପଞ୍ଚାୟତ ଉପରେ ନିର୍ଭର କରିଥାନ୍ତି । ପାହାଡ଼ ବଣ, ଘଞ୍ଚ ଜଙ୍ଗଲ ମାଟି କାଦୁଅ ପଙ୍କ ରାସ୍ତା ଦେଇ ଗ୍ରାମବାସୀ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଯିବା ଆସିବା କରୁଛନ୍ତି ।ଏହି ଗ୍ରାମ ଗୁଡିକୁ ଭାରି ଯାନ କି ଆମ୍ବୁଲାନ୍ସ ଯାଇ ପାରୁନାହିଁ । ସ୍କୁଲ କଲେଜର ଛାତ୍ର ଛାତ୍ରୀ ମାନେ ବର୍ଷା କାଦୁଅ ପାଣିରେ ଯାଇ ପାରୁ ନାହାନ୍ତି । ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କଲେ ଗ୍ରାମବାସୀ ଉପକୃତ ହୋଇପାରିବେ ବୋଲି ପ୍ରକାଶ କରିଛନ୍ତି !
ପଦ୍ମପୁର PWD ରୋଡ଼ ଠାରୁ ଲୋମଡାସିଂ ରୋଡ଼ ପର୍ଯ୍ୟନ୍ତ PMGSY ରାସ୍ତା ନିର୍ମାଣ ପାଇଁ ଦାବୀ !!!

