ସରକାରୀ ଜମି ରୁ ମାଙ୍କଡା ପଥର ଚୋରୀ : ଛଦ୍ମ ବେଶରେ ଚଢ଼ାଉ କଲା ପୋଲିସ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚଣ୍ଡେଶ୍ୱର ଛକ ନିକଟ ତଥା ଟାଙ୍ଗୀ ତହସିଲ ଅଧିନସ୍ଥ ତଳଗଡ କୁହୁଡି ମୈ।ଜା ରେ ଥିବା ସରକାରୀ ଜମିରୁ ମାଙ୍କଡା ପଥର ଖନନ ହୋଇ ଚୋରା ଚାଲାଣ ହେଉଥିବା ସମୟରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଛଦ୍ମ ବେଶରେ ସେଠାରେ ପହଞ୍ଚିଗଲେ । ମାଙ୍କଡା ପଥର କ୍ରୟ କରିବା ବାହାନା କରି ବିଭିନ୍ନ ମୂଲଚାଲ କଲେ , ପରେ ପରେ ନିଜର ଅସଲି ପରିଚୟ ଦେଇ ଘଟଣା ସ୍ଥଳରୁ ୨ଟି ପାଓ।ର୍ ଟିଲର୍ , ୩ ଟି ବାଇକ୍ ଧରପଗଡ କଲେ , ଏ ସଂକ୍ରାନ୍ତରେ ଜଣଙ୍କୁ ଗିରଫ ମଧ୍ୟ କରିଛି ଟାଙ୍ଗୀ ପୋଲିସ । ଆଉ କେତେକ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି ବୋଲି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି .

Leave a Reply

Your email address will not be published. Required fields are marked *