ବୁଣାକାର ସୁରେଶ କୁମାର ରାଉତ ପୁରସ୍କୃତ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ଵର ପଣ୍ଡା : ଜାତୀୟ ହସ୍ତତନ୍ତ ଦିବସ ଉପଲକ୍ଷେ ଉତ୍କର୍ଷ କଳାକୃତୀ ଯୋଗୁ ପୁରସ୍କୃତ ହୋଇଛନ୍ତି ଧଳାପଥର ଗ୍ରାମର ବୁଣାକାର ସୁରେଶ କୁମାର ରାଉତ । ସୁରେଶଙ୍କୁ ୨୦୨୪-୨୫ ବର୍ଷ ପାଇଁ ପୁରସ୍କୃତ କରାଯାଇଛି । ବୁଣାକାର ସୁରେଶ ଏବଂ ତାଙ୍କ ପିତା ବ୍ରଜବନ୍ଧୁ ନିଜ ଘରେ ହସ୍ତତନ୍ତରେ ପରଦା ତିଆରି କରି ବେଶ ପ୍ରସିଦ୍ଧ ଲାଭ କରିଛନ୍ତି । ଜାତୀୟ ପୁରସ୍କାର ପାଇଥିବା ନେଇ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । ଉତ୍କର୍ଷ କଳାକୃତିରେ ଅର୍ଘ୍ୟ, ଶ୍ରୀମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ତାଜ ମହଲ, ଦେବଦାସୀ ଆଦି ଆମ୍ପୁଡା ଓ ବୁଟି ଦ୍ବାରା ବୁଣାଯାଉଥିବା ଦେଖିବାକୁ ମିଳିଛି । ଏହି ଅବସରରେ ସୁରେଶ କହିଛନ୍ତି ଆର୍ଥିକ ଅଭାବ ଯୋଗୁ ବଜାର ଚାହିଦା ଅନୁସାରେ ଅଧିକ ପରଦା ପ୍ରସ୍ତୁତ ହୋଇ ପାରୁନାହିଁ । ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଓ ନୂତନ ବୁଣାକାର ମାନଙ୍କୁ ତାଲିମ ଦିଆଗଲେ ଏହାକୁ ବ୍ୟାପକ କରାଯାଇ ପାରନ୍ତା । ଓଡିଶା ବୟନ ଶିଳ୍ପ କ୍ଷେତ୍ରରେ ଧଳାପଥର ଗ୍ରାମର ବୁଣାକାର ମାନେ ହସ୍ତତନ୍ତରେ ବୁଣୁଥିବା ପରଦାକୁ ନେଇ ଜିଆଇ ମାନ୍ୟତା ପାଇଥିଲେ । ହେଲେ ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି ପରଦା ତିଆରି କାର୍ଯ୍ୟରୁ ବୁଣାକାର ବିମୁଖ ହୋଇଥିଲେ । ଏଭଳି କ୍ଷେତ୍ରରେ ସୁରେଶ ତାଙ୍କ ବାପା ବ୍ରଜବନ୍ଧୁ ରାଉତଙ୍କ ସହିତ ଏହି ସ୍ବତନ୍ତ୍ର କଳାକୁ ୩୦ବର୍ଷ ଧରି କରି ଆସୁଛନ୍ତି । ଜାତୀୟ ହସ୍ତତନ୍ତ ଦିବସରେ ବୟନ ଶିଳ୍ପ ସୌଜନ୍ୟତାରେ ପୁରସ୍କାର ପାଇବାରେ ସୋଭାଗ୍ୟ ଅର୍ଜନ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ସୁରେଶ ।

 

Leave a Reply

Your email address will not be published. Required fields are marked *