ଲଗାଣ ବର୍ଷାରେ ଏକର ଏକର ଧାନ ଜମି ବାଲିଚର !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଲଗାଣ ବର୍ଷା ପାଇଁ ଚାଷ ଜମି ବାଲିଚର ! ଅଗଷ୍ଟ ମାସ ପ୍ରଥମ ସପ୍ତାହର ଲଗାଣ ବର୍ଷା ରେ ପଶ୍ଚିମ ବାଙ୍କୀ ର 60 ଭାଗ ଜମି ଜଳାବର୍ଣ୍ଣ ହୋଇଯାଇଛି ! ମହାନଦୀ ମେଗା ଲିଫଟ ଜଳସେଚନ ପାଇଁ ବିଛା ଯାଇଥିବା ହୋମ ପାଇପ ଓ ଡେ଼ଲିଭରୀ ପାଇପକୁ ମାଟି ଦ୍ଵାରା ଠିକ ଭାବରେ ପ୍ରେସ ଦେଇ ନଘୋଡାଇବାରୁ ଜଳର ସ୍ରୋତ ସେହି ପାଇପ ଲାଇନକୁ ଖୋଳି ସେହି ମାଟିକୁ ଜଳସ୍ରୋତ ରେ ବୋହି ନେଇ ଚାଷୀ ର ଏକର ଏକର ଚାଷ ଜମି ବାଲିଚର ହୋଇଛି ! କଳାପଥର ପଞ୍ଚାୟତର ମଧୁଆପଲ୍ଲୀ ଲେମ୍ବେରୀ ପର୍ଶୁରାମପୁର – କେନ୍ଦୁପଲ୍ଲୀ ଗ୍ରାମ ପଞ୍ଚାୟତର କେନ୍ଦୁପଲ୍ଲୀ , ଜଗନାଥପୁର ଗ୍ରାମ ପଞ୍ଚାୟତ ର ବଘେଇ, ଖଳିପଲ୍ଲୀ, ବୈଦେଶ୍ଵର ପଞ୍ଚାୟତରେ ନାଟେରୀ , ମାଳିସାହି ଗହୀର ନଷ୍ଟ ହୋଇଯାଇଛି । ଯାହାଦ୍ଵାରା ପ୍ରାୟ ଏକ ହଜାର ଏକର ଚାଷ ଜମି ବାଲିଚର ହୋଇଥିବା ବେଳେ , ଆଉ ଜମି ରୁ ବାଲି ଉଠିବା ସମ୍ଭବ ନୁହେଁ ଏବଂ ଖୋଳିହୋଇ କ୍ଷତି ହୋଇ ଯାଇଥିବା ସ୍ଥାନରେ ହଜାର ହଜାର ଟ୍ରିପ ମାଟି ଆଣି ପକାଇ ଚାଷକରିବା ଆଉ ସମ୍ଭବ ନୁହେଁ। ପୁଣି ବିଲ ରୁ ଫସଲ ଉଠିବା ପରେ ମାଟି କାମ ଓ ହଳ ହେବା ପରେ ଆସନ୍ତା ବର୍ଷ ର ଧାନ ଚାଷ ପାଇଁ ପ୍ରସ୍ତୁତ ହେବ ! ଚାଷୀ ମାନଙ୍କର ଦୁଃଖ ବୁଝିବା ପରି କୌଣସି ଅଧିକାରୀ ତତ୍ପରତା ଦେଖାଉ ନାହାନ୍ତି ! ମେଗା ଲିଫଟ ଜଳସେଚନ ଉପଖଣ୍ଡ ଅଧିକାରୀ ଅମୀୟ ରାଉତଙ୍କୁ ଯୋଗାଯୋଗା କରିବା ପରେ ତୁରନ୍ତ କ୍ଷତିର ଆକଳନ କରିବେ ବୋଲି ପଶ୍ଚିମ ବାଙ୍କୀ କୃଷକ ପରିଷଦର ସଂପାଦକଙ୍କୁ ପ୍ରତିଶୃତି ଦେଇଛନ୍ତି ! ଏପଟେ ଚାଷୀର କ୍ଷତିକୁ ଆକଳନ କରି ଭରଣା କରାନଯାଏ କିମ୍ବା ଫସଲ ବୀମା କାର୍ଯ୍ୟକାରି ନ ହୁଏ ତେବେ ଚାଷୀ ଆଉ କୋଉ କୁଳର ହେବନି !

Leave a Reply

Your email address will not be published. Required fields are marked *