ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟର ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ, ଜାତୀୟ ସେବା ଯୋଜନା, ଯୁବ ରେଡ଼କ୍ରସ, ରେଡ ରିବନ କ୍ଲବ ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ ଅନୁଷ୍ଠିତ ହୋଇଯାଇଛି l ଶୁକ୍ରବାର ପୂର୍ବାହ୍ଣରେ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅଗଷ୍ଟ କ୍ରାନ୍ତି ଦିବସ, ବିଶ୍ୱ ଆଦିବାସୀ ଦିବସ, ସ୍ଵଭାଵ କବି ଗଙ୍ଗାଧର ମେହେର ଜୟନ୍ତୀ ଆୟୋଜିତ ହୋଇଯାଇଛି I ଜାତୀୟ ସେବା ଯୋଜନା ଅଧିକାରୀ ରୀନା ରାଉତ, ଡକ୍ଟର କୈଳାଶ ଚନ୍ଦ୍ର ମହାରଣା, ଏନସିସି ଭାରପ୍ରାପ୍ତ ଅଧିକାରୀ ଚନ୍ଦନ ନାୟକ, ଯୁବ ରେଡ଼କ୍ରସ ଅଧିକାରୀ ଧୋବୀ ଚରଣ ପରିଡ଼ାଙ୍କ ତତ୍ୱାବଧାନରେ କ୍ୟାଡେଟ, ସ୍ବେଛାସେବୀ, ଛାତ୍ର ଛାତ୍ରୀ ମାନେ ଉତ୍କଳମଣି ଗୋପବନ୍ଧୁ ଦାସ, ନେତାଜୀ ସୁବାସ ଚନ୍ଦ୍ର ବୋଷ ଓ ଗାନ୍ଧି ଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ମହାବିଦ୍ୟାଳୟ ପରିସରରେ ଏକ ସଭା ଆୟୋଜନ କରିଥିଲେ l

ଏଥିରେ ଇତିହାସ ଅଧ୍ୟାପକ ମୃଡ଼ାଣି ଶଙ୍କର ପ୍ରସାଦ ମିଶ୍ର ଅଗଷ୍ଟ କ୍ରାନ୍ତି ଦିବସ, ଅଧ୍ୟାପକ ଧୋବୀ ପରିଡା ସ୍ଵଭାଵ କବି ଗଙ୍ଗାଧର ମେହେର ଓ ଅଧ୍ୟକ୍ଷ ଆଦିବାସୀ ଦିବସର ପ୍ରାସଙ୍ଗିକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅବସରରେ ପ୍ରାକ୍ତନ ଛାତ୍ର ଛାତ୍ରୀ ସଂଗ୍ରାମ ବେହେରା, ଆଲୋକ ବେହେରା,କାର୍ତ୍ତିକ ଜେନାଙ୍କ ସହ ଅଧ୍ୟାପିକା ରୀନା ରାଉତ ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମୀ ଓ ବରପୁତ୍ର ମାନଙ୍କ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ପରେ ଅଧ୍ୟକ୍ଷ ଡକ୍ଟର ସୁବୁଦ୍ଧି ଓ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ମହାରଣା ଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା କ୍ରିଷ୍ଣା ସେଠି, ପ୍ରଦୀପ ପାଢ଼ୀ, ସନ୍ତୋଷ ରଥ, ସ୍ନିଗ୍ଧାରାଣୀ ମୁଦୁଲି, ବାଳକୃଷ୍ଣ ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ l ଧନ୍ୟବାଦ ପ୍ରଦାନ କରିଥିଲେ ଚନ୍ଦନ ନାୟକ l

