ସ୍ଵାଧୀନତା ଦିବସରେ “ଅମୃତ ବିନ୍ଦୁ” ରକ୍ତଦାନ ଶିବିର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ୭୮ତମ ସ୍ୱାଧୀନତା ଦିବସ ଉପଲକ୍ଷେ କୋଣାର୍କ କ୍ୟାନସର ଫାଉଣ୍ଡେସନ୍ ପକ୍ଷରୁ “ଅମୃତ ବିନ୍ଦୁ” ରକ୍ତଦାନ ଶିବିର କ୍ୟାପିଟାଲ ହସ୍ପିଟାଲ ରକ୍ତକେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିର ରେ ରାଜ୍ୟ ରକ୍ତ ନିରାପତ୍ତା ନିର୍ଦ୍ଦେଶକ ଡ. ପ୍ରଦୀପ କୁମାର ପାତ୍ର, କ୍ୟାପିଟାଲ ହସ୍ପିଟାଲ ବ୍ଲଡ୍ ବ୍ୟାଙ୍କ ଅଧିକାରୀ ଡ. ଦେବାଶିଷ ମିଶ୍ର ଓ ଅନୁଷ୍ଠାନ ର ମ୍ୟାନେଜିଂ ଟ୍ରଷ୍ଟି ଅରୂପ ପଟ୍ଟନାୟକ ଯୋଗଦେଇ ମହତ କାର୍ଯ୍ୟରେ ସାମିଲ ଥିବା ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇ ମାନପତ୍ର ପ୍ରଦାନ କରିଥିଲେ । ଶିବିର ରୁ ମୋଟ ୩୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ସୂଚନାଯୋଗ୍ୟ, ଏହି କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ୍ ରକ୍ତଦାନ ଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ସହ କ୍ୟାନ୍ସର ପୀଡ଼ିତଙ୍କୁ ଚିକିତ୍ସା କ୍ଷେତ୍ରରେ ସହଯୋଗ କରି ଆସୁଛି | ଥାଲାସେମିଆ ରେ ପୀଡ଼ିତ ଛୋଟ ଛୋଟ ଶିଶୁ, କର୍କଟ ପୀଡ଼ିତ, ପ୍ରସୂତି ମହିଳା, ଦୁର୍ଘଟଣା ରେ ଗୁରୁତର ଆହତ ବ୍ୟକ୍ତି ଙ୍କ ଉଦ୍ଦେଶ୍ୟରେ ନିୟମିତ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ପ୍ରୟାସ କରାଯାଉଛି ।

Leave a Reply

Your email address will not be published. Required fields are marked *