କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ରାଜ୍ୟ ସାମ୍ବାଦିକ ସଂଘର ପ୍ରାନ୍ତୀୟ ସମାବେଶ ଓ ଆଲୋଚନା ଚକ୍ର ଅନୁଷ୍ଠିତ । କେନ୍ଦ୍ରାପଡା ଜିଲ୍ଲା ସଂସ୍କୃତି ଭବନ ଠାରେ ରାଜ୍ୟ ସାମ୍ବାଦିକ ସଂଘ କେନ୍ଦ୍ରାପଡା ଶାଖା ପକ୍ଷରୁ ପ୍ରାନ୍ତୀୟ ସମାବେଶ ଓ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଣତନ୍ତ୍ର ରେ ଗଣମାଧ୍ୟମର ବିଶ୍ବସନୀୟତା ଉପରେ ଆଲୋଚନା କରାଯାଇଥିଲା ।ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଶାଖାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସମେତ ରାଜ୍ୟ ସଭାପତି, ସମ୍ପାଦକ, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ସ୍ଥାନୀୟ ବିଧାୟକ ଗଣେଶ୍ୱର ବେହେରା, ମୁନିସିପାଲଟି ଚେୟାରମ୍ୟାନ ସରିତା ସାହୁ, ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଓ ତେଜେଶ୍ୱର ପରିଡା ପ୍ରମୁଖ ଯୋଗଦାନ କରିଥିଲେ ।
ରାଜ୍ୟ ସାମ୍ବାଦିକ ସଂଘର ପ୍ରାନ୍ତୀୟ ସମାବେଶ ଓ ଆଲୋଚନା ଚକ୍ର ଅନୁଷ୍ଠିତ !!!

