ରୋଟାରୀଆନ ଏବଂ ଓଡିଶା ମିଡ଼ିଆ ମିଶିଗଲେ ଗଠିତ ହେବ ଭାଇବ୍ରାଣ୍ଟ ଓଡିଶା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ତରଫରୁ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ସମ୍ମାନୀତ ! ରୋଟାରୀଆନ ଏବଂ ମିଡ଼ିଆ ଏକାଠି ମିଶି କାମ କଲେ ଆମ ରାଜ୍ୟ ଓଡିଶା ହୋଇଯିବ ଭାଇବ୍ରାଣ୍ଟ ! ଏପରି ସୁନ୍ଦର ଥିମ ନେଇ ଆୟୋଜିତ ହୋଇଥିଲା ରୋଟାରୀ ମିଡ଼ିଆ ସମ୍ମାନ କାର୍ଯ୍ୟକ୍ରମ ! ରାଜଧାନୀ ରୋଟାରୀ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଡିଜିଟାଲ ମିଡିଆ , ପ୍ରିଣ୍ଟ ମିଡିଆ ଏବଂ ବୈଦ୍ୟୁତିକ ମିଡ଼ିଆ ପ୍ରତିନିଧି ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ସମ୍ବାଦର ମୁଖ୍ୟ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ରୋଟାରୀ ଜିଲ୍ଲା 3262 ର ପ୍ରାନ୍ତପାଳ ଯଜ୍ଞାସିଶ୍ ମହାପାତ୍ର , ପ୍ରତିଭା ଚୟନ କମିଟି ଚେୟାର ମ୍ୟାନ ଡ ଅଶୋକ ପଣ୍ଡା , ରୋଟାରୀ କ୍ଳବ୍ ଅଫ ଭୁବନେଶ୍ୱରର ସଭାପତି , ସମ୍ପାଦକ ପ୍ରମୂଖ ମଞ୍ଚାସୀନ ଥିଲେ । ରୋଟାରୀ ର ବିଭିନ୍ନ ଜନ ଉପଯୋଗୀ କାର୍ଯ୍ୟକ୍ରମକୁ ଡିଜିଟାଲ ମିଡ଼ିଆ ମାଧ୍ୟମରେ ପ୍ରସାରଣ ପାଇଁ କହିଥିଲେ ପ୍ରାନ୍ତପାଳ ଯଜ୍ଞାସିଶ୍ ମହାପାତ୍ର ! କାର୍ଯ୍ୟକ୍ରମରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ପ୍ରତିଷ୍ଠାତା , ପ୍ରତିନିଧି , ବାର୍ତ୍ତା ସମ୍ପାଦକ ସମ୍ବର୍ଦ୍ଧିତ ହୋଇଥିଲେ ! ମୁଖ୍ୟ ଅତିଥି ସୌମ୍ୟ ରଞ୍ଜନ ପଟ୍ଟନାୟକ ଆୟୋଜନକୁ ପ୍ରଶଂସା କରିବା ସହିତ ଓଡିଶା ମିଡ଼ିଆ ର ବହୁ ଅପ୍ରିୟ ସତ୍ୟ କୁ ନିଜ ବକ୍ତବ୍ୟରେ ଶାଣିତ ସ୍ୱରରେ କହିଥିଲେ ! ସମଗ୍ର ବିଶ୍ବରେ ପ୍ରାୟ ଦୁଇଶହ ରୁ ଅଧିକ ଦେଶରେ ରୋଟାରୀ ର ଶାଖା ରହିଅଛି ! ଆମ ଦେଶ ତଥା ରାଜ୍ୟରେ ରୋଟାରୀଆନ ମାନେ ଆବଶ୍ୟକ ସମୟରେ ଉଚିତ ସେବାକାର୍ଯ୍ୟ କରି ସର୍ବଦା ସମାଜସେବାର ନୂଆ ଉଦାହରଣ ତିଆରି କରି ଚାଲିଛନ୍ତି !

Leave a Reply

Your email address will not be published. Required fields are marked *