ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରୋଟାରୀ କ୍ଲବ ଅଫ ଇନଫୋସିଟି ତରଫରୁ ରାଜଧାନୀ ସତ୍ୟନଗର ସ୍ଥିତ ରାଜ୍ୟ ଦୃଷ୍ଟିହୀନ ସଂଘ ପରିସରରେ ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ! ରୋଟାରୀ କ୍ଲବ ଅଫ ଇନଫୋସିଟି ର ସଭାପତି ତ୍ରିଲୋଚନ ପାତ୍ର ଙ୍କ ଉଦ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲା 3262 ର ପ୍ରାନ୍ତପାଳ ଯଜ୍ଞଶିଷ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ! ସଂଘର କର୍ମକର୍ତ୍ତା ଏବେ ବିଦ୍ୟାର୍ଥୀ ମାନଙ୍କ ଉପସ୍ଥିତିରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା ! ବରିଷ୍ଠ ରୋଟାରୀଆନ ଶୁଭ୍ରାଂଶୁ ତ୍ରିପାଠୀ , ପ୍ରକାଶ କର , ଉପ ପ୍ରାନ୍ତପାଳ ବୃନ୍ଦାବନ ଦଳବେହେରା ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ! କାର୍ଯ୍ୟକ୍ରମ ସମ୍ପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ପ୍ରାନ୍ତପାଳ ଯଜ୍ଞଶିଷ ମହାପାତ୍ର ! ରୋଟାରୀ କ୍ଲବ ଅଫ ଇନଫୋସିଟି ବିଭିନ୍ନ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ହାତକୁ ନେଉଥିବା ସମୟରେ ସଂଗଠନର ଶ୍ରେଷ୍ଠ ପ୍ରୋଜେକ୍ଟ ହେଉଛି ଦିବ୍ୟାଙ୍ଗ ମାନଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ ! ଚଳିତ ବର୍ଷ ମଧ୍ୟ ଖୁବ ଶୀଘ୍ର କୃତ୍ରିମ ଅଙ୍ଗ ପ୍ରଦାନ ଶିବିର ଆୟୋଜିତ ହେବ ବୋଲି ସୂଚନା ଦେଇଛନ୍ତି ରୋଟାରୀ କ୍ଲବ ଅଫ ଇନଫୋସିଟି ର କର୍ମକର୍ତ୍ତା !
ରୋଟାରୀ କ୍ଲବ ଅଫ ଇନଫୋସିଟି ତରଫରୁ ରାଜ୍ୟ ଦୃଷ୍ଟିହୀନ ସଂଘ ପରିସରରେ ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ !!!

