ରତାଗଡ ନୂଆସାହିରେ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ରତାଗଡ ନୂଆସାହିରେ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ! ରତାଗଡ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଅକ୍ରୁର ଚରଣ ରାଉତ ଅବସର ଗ୍ରହଣ କରିବା ପରେ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ! ରୋଟାରୀ କ୍ଲବ ଅଫ ଇନଫୋସିଟି ସଭାପତି ତ୍ରିଲୋଚନ ପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲା 3262 ପ୍ରାନ୍ତପାଳ ଯଜ୍ଞଶିଷ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଦାୟୀ ଶିକ୍ଷକଙ୍କୁ ଉତ୍ତରୀୟ ମାନପତ୍ର ଉପଢୌକନ ଦେଇ ସମ୍ମାନୀତ କରିଥିଲେ ! ରୋଟାରୀ କ୍ଲବ ଅଫ ଇନଫୋସିଟି ର ସମ୍ପାଦକ ଅକ୍ଷୟ କୁମାର ପ୍ରଧାନ , ବରିଷ୍ଠ ରୋଟାରୀଆନ ପ୍ରକାଶ କର , ଶୁଭ୍ରାଂଶୁ ତ୍ରିପାଠୀ ପ୍ରମୂଖ ଉପସ୍ଥିତ ରହି ରୋଟାରୀ କ୍ଲବ ର ଅନ୍ନପୂର୍ଣ୍ଣା – ଟୁ କାର୍ଯ୍ୟକ୍ରମ ର ପରିଚାଳନା ରେ ସହଯୋଗ କରିଥିଲେ !

Leave a Reply

Your email address will not be published. Required fields are marked *