ପାରଳା ପୌର ପରିଷଦରେ ବଢି ଚାଲିଛି ସମସ୍ୟା !!!

0
85
Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବିକାଶର ବହୁ ଦୂରରେ ରାଜ୍ୟର ଦ୍ବିତୀୟ ପୁରାତନ ପୈାର ପରିଷଦ ! ପାରଳା ପୌର ପରିଷଦରେ ବଢି ଚାଲିଛି ସମସ୍ୟା , ରାସ୍ତା ସମ୍ପ୍ରସାରଣ ହୋଇ ପାରି ନଥିବା ବେଳେ ସାହି ରାସ୍ତା ଗୁଡିକର ଅବସ୍ଥା କହିଲେ ନସରେ । ସହରର ଦୂଷିତ ଜଳ ନିସ୍କାସନ ବ୍ୟବସ୍ଥା ଅତ୍ୟନ୍ତ ଅବହେଳିତ। ବିଭିନ୍ନ ସ୍ଥାନର ନାଳ ଗୁଡିକ ପୁନଃରୁଦ୍ଧାର ହେଉ ନଥିବାରୁ ବର୍ଷା ଦିନରେ ପାଣି ଜମି ପ୍ରଦୁଷିତ ହୋଇ ରହୁଛି ଅନେକ ଅଞ୍ଚଳ। ଏଥିରେ ପ୍ରଭାବିତ ହେଉଛନ୍ତି ତଳିଆ ଅଞ୍ଚଳର ଅଧିବାସୀ। ପାରଳାଖେମୁଣ୍ଡିର ବିକାଶରେ ପ୍ରମୁଖ ପ୍ରତିବନ୍ଧକ ମଧ୍ୟରେ ରହିଛି ସହରର ଅଣ ଓସାରିଆ ମୂଖ୍ୟ ରାସ୍ତା ! ପୁଣି ସହରରୁ ଦୂଷିତ ଜଳ ନିସ୍କାସନରେ ଅବ୍ୟବସ୍ଥା, ଏଥି ସହ ବିକଶିତ ହୋଇ ପାରୁନଥିବା ତଳିଆ ଅଞ୍ଚଳ ଗୁଡ଼ିକର ଜନ ବସତି, ଯାହା ସହରକୁ ଲାଗି ରହିଥିବା ପଞ୍ଚାୟତ ଗୁଡ଼ିକର ସୀମା ମଧ୍ୟରେ ରହିଛି । ଏହି ସବୁ ଅଞ୍ଚଳର ଅଧିବାସୀ ପୈାର ପରିଷଦକୁ ଭୋଟ ଦେଉଥିବା ବେଳେ ପଞ୍ଚାୟତ ସୀମା ମଧ୍ୟରେ ଜନ ବସତି ରହିଥିବା ଯୋଗୁଁ ସମସ୍ୟା ସୃଷ୍ଟି ହୋଇଛି। ସାହି ରାସ୍ତା ଓ ନାଳ ନିର୍ମାଣ ହେଉ ନଥିବାରୁ ବର୍ଷା ଦିନରେ ସହରର ସମସ୍ତ ପାଣି ଏହି ସବୁ ତଳି ଅଞ୍ଚଳରେ ଜମି ପରିବେଶକୁ ଦୂଷିତ କରୁଥିବାରୁ ବହୁ ସମସ୍ୟାରେ ରହୁଥିବା କହିଛନ୍ତି ଲୋକେ। ସହରର ସୀମା ଓ ପଞ୍ଚାୟତ ଅଞ୍ଚଳର ସୀମା ବିବାଦ ମଧ୍ୟରେ ଛନ୍ଦି ହୋଇ ପଡିଛନ୍ତି ଅନେକ ଜନବସତିର ଲୋକେ । ଏମାନେ ନା ପାଉଛନ୍ତି ପୈାର ପରିଷଦର ସୁବିଧା ସୁଯୋଗ ନା ପଞ୍ଚାୟତର ବିକାଶ ଯୋଜନାର ଲାଭ । ତେବେ ଏଥିରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବା ଜରୁରୀ ହୋଇପଡିଛି ବୋଲି ପାରଳା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here