ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ଦଶପଲ୍ଲା ପୋଲିସକୁ ବଡ଼ ସଫଳତା , ୩୧ ଚୋରା ବାଇକ ଜବତ ଏବଂ ଦୁଇ ଗିରଫ ! ଦଶପଲ୍ଲା ଅଞ୍ଚଳରେ ବାଇକ ଚୋରି ବଢ଼ି ଚାଲିଥିବା ବେଳେ ଦଶପଲ୍ଲା ଥାନା ଅଧିକାରୀ ମୁକେଶ କୁମାର ବେହେରା ଚୋରୀକୁ ରୋକିବା ପାଇଁ ଅହରହ ଚେଷ୍ଠା ଜାରି ରଖିଛନ୍ତି । ବର୍ତମାନ ଏକ ବଡ଼ ରାକେଟ କୁ ଠାବ କରିବା ସହ ୩୧ ଗୋଟି ଚୋରା ବାଇକ ଜବତ କରାଯାଇଛି । ସୂଚନାଯୋଗ୍ୟ ଯେ ଚୋରା ବାଇକ ରାକେଟ ସମ୍ପର୍କରେ ଗୁପ୍ତ ତଥ୍ୟ ପାଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଦଶପଲ୍ଲା ଥାନା ଅଧିକାରୀ ମୁକେଶ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଦୁଇଟି ଟିମ ଗଠନ କରି କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ଚଢଉ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ୩୧ ଗୋଟି ବାଇକକୁ ଜବତ କରିବାରେ ସଫଳ ହୋଇଛନ୍ତି । ଦଶପଲ୍ଲା ବିଜ୍ଞପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୦ ନମ୍ବର ୱାର୍ଡ଼ ହରିଡ଼ାବାଡି ଗ୍ରାମର ଭଗବାନ ନାୟକଙ୍କ ପୁଅ ଅଜୟ ନାୟକ ଓ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ନାୟକ କୁ ଗିରଫ କରାଯାଇଛି । ଏମାନେ ଅଲଗା ଅଲଗା ଜିଲ୍ଲାରୁ ଚୋରା ବାଇକ ଆଣି ବାଲିଗୁଡା ଅଞ୍ଚଳରେ ବିକ୍ରି କରୁଥିଲେ । ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ଅଧିକ ଅନୁସନ୍ଧାନ ଜାରି ରଖିଛି ।