କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଆବହମାନ କାଳରୁ ଗୋମାତାଙ୍କର ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି । ସେଥିପାଇଁ ଇଂରେଜ ସରକାର ଶାସନ କାଳରେ ମଧ୍ୟ ଗୋଚର ଜମିକୁ ପ୍ରାଧାନ୍ୟ ଦିଆଯାଉଥିଲା । ବର୍ତ୍ତମାନ ଯୁଗରେ ଗୋମାତାଙ୍କ ସହ ଗୋସମ୍ପଦ ମଧ୍ୟ ଲୋପ ପାଉଛି । ଗୋଟିଏ ଶିଶୁ ଜନ୍ମ ନେବା ପରେ ଗାଈ କ୍ଷୀରକୁ ବାଦ ଦେଲେ ମା କ୍ଷୀରର ଅନ୍ୟ କୌଣସି ବିକଳ୍ପ ନାହିଁ । ଏଣୁ ଗାଈକୁ ମା ବୋଲି କୁହାଯାଇଛି । ପୂର୍ବ ଭଳି ଆଉ ଗାଈ କ୍ଷୀର ମିଳୁନାହିଁ । ଧୀରେ ଧୀରେ ଗୋମାତାଙ୍କ ସଂଖ୍ୟାରେ ହ୍ରାସ ଘଟୁଛି । ଏହା ଏକ ଷଡଯନ୍ତ୍ର ଏବଂ ହିନ୍ଦୁତ୍ୱ ପାଇଁ ବିପଦ । ଗୋ ସୁରକ୍ଷାକୁ ନେଇ ଯାହା ଆଇନ ରହିଛି ତାକୁ ଅବମାନନା କରାଯାଉଛି । ଗୋମତାଙ୍କ ପ୍ରତି ହେୟ ଜ୍ଞାନ ପାଇଁ ଧୀରେ ଧୀରେ ମାନବସମାଜ ଧ୍ବଂସାଭିମୁଖୀ ହେଉଛି । ୨୦୧୧ ମସିହା ଠାରୁ ବିଭିନ୍ନ ଘାତ ପ୍ରତିଘାତ ଦେଇ ଗୋ ସୁରକ୍ଷା ପାଇଁ ଲଢେଇ ଜାରି ରହିଛି ଏବଂ ଅନେକ ମାତ୍ରାରେ ସଫଳ ମଧ୍ୟ ହୋଇଛି ସଂଗଠନ ! ଗୋମାତା ସୁରକ୍ଷା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ।