ବାଲୁଗାଁରେ ଉଦଘାଟିତ ହେଲା ଅତ୍ୟାଧୁନିକ ସୁବିଧା ଥିବା ଜିମ !!

0
409

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ନାହପାତ୍ର : ନୟାଗଡ଼ ସହର ନିକଟସ୍ଥ ବାଲୁଗାଁ ଗ୍ରାମରେ ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ବିଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏସ୍ ଫୋର୍ ଦି ଡ୍ରିମ ଜିମ୍ ଉଦଘାଟିତ ହୋଇଯାଇଛି । ଏହି ଜିମ୍ କୁ ବରିଷ୍ଠ ଆଇନଜୀବି ପ୍ରଶାନ୍ତ କୁମାର ପଟ୍ଟନାୟକ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପସଭାପତି ସନ୍ତୋଷ କୁମାର ପ୍ରଧାନ ଯୋଗଦେଇ ଯୁବ ସମାଜକୁ ନିଶା ଠାରୁ ଦୂରରେ ରଖି ସୁନ୍ଦର ସ୍ୱାସ୍ଥ୍ୟ ଓ ନିରୋଗ ଜୀବନଯାପନ କରିବାରେ ଏହି ଜିମ୍ ନିଶ୍ଚୟ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୋମ୍ୟରଞ୍ଜନ ପ୍ରଧାନ ଯୋଗଦେଇ ଜିମ୍ ଆସିବା ଦ୍ଵାରା ଯୁବସମାଜ ଉତ୍ତମ ସ୍ୱାସ୍ଥ୍ୟ, ଶୃଙ୍ଖଳିତ ଚରିତ୍ର ସହିତ ମଜଭୁତ ରାଷ୍ଟ୍ର ଗଠନ ପାଇଁ ବ୍ୟାୟାମ ଜରୁରୀ ଥିବା ମତପ୍ରକାଶ କରିଥିଲେ । ଏସ୍ ଫୋର ଦି ଡ୍ରିମ ଜିମ୍ ଗଠନ ହେବା ଦ୍ଵାରା ବାଲୁଗାଁ ଅଞ୍ଚଳର ଯୁବ ଗୋଷ୍ଠୀ ମଧ୍ୟରେ ଥିବା ବହୁ ଦିନର ଆଶା ପୁରଣ ହୋଇପାରିଥିବା ଜିମ୍ ପରିବାର ପକ୍ଷରୁ ପ୍ରକାଶ କରାଯାଇଛି।

LEAVE A REPLY

Please enter your comment!
Please enter your name here