ସୁକିନ୍ଦାରେ ଗୋଟିଏ ରାତିରେ ଦୁଇଟି ବଡ଼ ଲୁଟ୍ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦାରେ ଗୋଟିଏ ରାତିରେ ଦୁଇଟି ବଡ଼ ଲୁଟ୍ ଘଟଣା ସାଧାରଣରେ ଆତଙ୍କ ସୃଷ୍ଟି କରିଛି । ଏହି ଲୁଟ୍ ଘଟାଇ ଲୁଟେରା ନିଜର ଦକ୍ଷତା ପ୍ରତିପାଦନ କରିଥିବା ବେଳେ ସ୍ଥାନୀୟ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ଲଗାଇଥିବା ଚର୍ଚ୍ଚା ହେଉଛି। ଗୁରୁବାର ରାତିରେ ଲୁଟେରା ସୁକିନ୍ଦା ସଦର ମହକୁମା ଜଗନ୍ନାଥ ସାହି କୀର୍ତ୍ତନ ବିହାରୀ ମହାନ୍ତି ଓ ଶଶାଙ୍କ ରଞ୍ଜନ ଦାସଙ୍କ ଘରୁ ୫୦ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ସୁନା ଗହଣା ଓ ନଗଦ ୩ଲକ୍ଷ ଟଙ୍କା ଲୁଟ କରିଥିବା ଥାନାରେ ଅଭିଯୋଗ ହୋଇଛି। ଦୁଇଟି ଯାକ ଲୁଟରେ ଲୁଟେରା ଝରକା ଭାଙ୍ଗି ଭିତରକୁ ପଶିଥିବାରୁ ଗୋଟିଏ ଲୁଟେରା ଗ୍ରୁପ ଦୁଇଟି ଲୁଟ୍ କରିଥିବା ସନ୍ଦେହ କରାଯାଉଛି । ଲୁଟ୍ ହୋଇଥିବା ଉଭୟ ଘର ଜନଗହଳି ପୂର୍ଣ୍ଣ ସ୍ଥାନରେ ଅବସ୍ଥିତ।ଦୀର୍ଘଦିନ ଧରି ସୁକିନ୍ଦା ଅଞ୍ଚଳରେ ଚୋରୀ ଡକାୟତି ବଢ଼ି ଚାଲିଥିବା ବେଳେ ସେମାନଙ୍କୁ ଧରିବା ଦୂରରକଥା ପୋଲିସ ସେମାନଙ୍କୁ ଚିହ୍ନଟ କରିବାରେ ସକ୍ଷମ ହୋଇପାରୁନାହିଁ। ଯାହାର ସୁଯୋଗ ନେଇ ସେମାନେ ଗୋଟାଏ ପରେ ଗୋଟାଏ ଲୁଟ୍ କରିଚାଲିଛନ୍ତି।ପୋଲିସ ନିଜର କର୍ତ୍ତବ୍ୟ ଭାବି ଘଟଣାସ୍ଥଳ ପରିଦର୍ଶନ କରିବା , ସନ୍ଧାନି କୁକୁର ଆଣି ତଦନ୍ତ କରି ନିଜର କର୍ତ୍ତବ୍ୟ ପୂରଣ କରିଛି, କିନ୍ତୁ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇପାଇନାହିଁ। ରାତିରେ ବର୍ଷା ହୋଇଥିବା କାରଣରୁ ସନ୍ଧାନୀ କୁକୁର ଅନୁସନ୍ଧାନ କରିବାରେ ସକ୍ଷମ ହୋଇପାଇନଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *