ଦଶ ଦଫା ଦାବି ନେଇ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ଗଣ ଧାରଣା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଦଶ ଦଫା ଦାବି ନେଇ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ଗଜପତି ଶାଖା ପକ୍ଷରୁ ଗଣ ଧାରଣା ! ନର୍ସିଂ କର୍ମଚାରୀ ସଂଘ ର ଏହି ଆନ୍ଦୋଳନ ଚତୁର୍ଥ ଦିନ ରେ ପହଞ୍ଚିଛି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପ୍ରସୂତି କାଳୀନ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଦଶ ଦଫା ଦାବି ନେଇ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ଗଜପତି ଶାଖା ପକ୍ଷରୁ ଗଣଧାରଣା ଦିଆଯାଇଛି ! ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚି ଥିବା ବେଳେ ଦଶ ଦଫା ଦାବି ପୂରଣ ସକାଶେ ସରକାରଙ୍କ ନିକଟରେ ନର୍ସିଂ କର୍ମଚାରୀ ମାନେ ଦାବି କରିଛନ୍ତି । ଦାବୀ ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ସଭାପତି ଅନ୍ନପୂର୍ଣ୍ଣା ଚାନ୍ଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *