ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମହିଳା ସ୍ନାତକ ମହାବିଦ୍ୟାଳୟରେ ସ୍ବଚ୍ଛ ଭାରତ ଅଭିଯାନ ! ପାରଳାଖେମୁଣ୍ଡି ମହିଳା ସ୍ନାତକ ମହାବିଦ୍ୟାଳୟର ଏନ୍.ଏସ୍. ଏସ୍. ତରଫରୁ ବି.ଏନ୍ ପ୍ୟାଲେସ୍ ଠାରେ ଅଧ୍ୟକ୍ଷା ଡ ରୀନା ସାହୁଙ୍କ ନେତୃତ୍ବରେ ଏକ ସ୍ବଚ୍ଛ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଏନ୍.ଏସ୍. ଏସ୍. ଅଧିକାରୀ ସୁଶ୍ରୀ ମଧୁସ୍ମିତା ପ୍ରଧାନ ଓ ଛାତ୍ରୀ ମାନଙ୍କ ସହଯୋଗରେ ବି.ଏନ୍ ପ୍ୟାଲେସ୍ ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ବିଭିନ୍ନ କାଗଜ, ଠୁଙ୍ଗା, ପଲିଥିନ୍, ବୋତଲ୍, ଡାଳ, ଯାତାୟତ ରାସ୍ତାକୁ ସଫା କରି ପ୍ରଧାନମନ୍ତ୍ରୀଙ୍କ ସ୍ବଚ୍ଛ ଭାରତ ଅଭିଯାନକୁ ସଫଳ କରିବା ଲାଗି ପ୍ରୟାସ କରିଥିଲେ । ଶେଷରେ ନିଜ ପରିବେଶ ଓ ପରିସରକୁ ସଦାସର୍ବଦା ପରିଷ୍କାର ପରିଚ୍ଛନ୍ନ କରି ରଖିବା ପାଇଁ ଉପସ୍ଥିତ ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷା । ସମସ୍ତ କାର୍ଯ୍ୟକ୍ରମ ଏନ୍.ଏସ୍. ଏସ୍.ର ସ୍ବେଚ୍ଛାସେବୀଙ୍କ ଉଦ୍ୟମରେ ସଫଳ ହୋଇଥିଲା ।
ମହିଳା ସ୍ନାତକ ମହାବିଦ୍ୟାଳୟରେ ସ୍ବଚ୍ଛ ଭାରତ ଅଭିଯାନ !!!

