୬୮ ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଭଲିବଲ ପ୍ରତିଯୋଗିତା ଉଦଯାପିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ୬୮ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଭଲିବଲ ପ୍ରତିଯୋଗିତା (୧୪ ଓ ୧୭ ବର୍ଷରୁ କମ୍ ବାଳକ ବାଳିକା ବର୍ଗ) ଉଦଯାପିତ ହୋଇଯାଇଅଛି। ଏହି ପ୍ରତିଯୋଗିତାରେ ରାଜ୍ୟରୁ ସମସ୍ତ ଜିଲ୍ଲା ଓ ଭୁବନେଶ୍ବର ସହିତ ୩୧ ଗୋଟି ଦୋଳ ଭାଗ ନେଇଥିଲେ। ଏହି ପ୍ରତିଯୋଗିତା ଗତ ତା ୦୬.୧୦.୨୦୨୪ ଠାରୁ ଆଜି ପଯ୍ୟନ୍ତ ୪ ଦିନ ଧରି ଉକ୍ତ ଷ୍ଟାଡିୟମ୍ ଠାରେ ସଫଳତାର ସହ ଆୟୋଜିତ ହୋଇଥିଲା । ଆଜିର ଉଦଯାପନ କ୍ରୀଡ଼ା ଉତ୍ସବରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ରାଜେନ୍ଦ୍ର ମିଞ୍ଜ ,ଅତିରିକ୍ତ ଜିଲ୍ଲାପାଳ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଶ୍ରୀ ଗୌର ଚନ୍ଦ୍ର ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ, ପୌରପରିଷଦ ପାରଳାଖେମୁଣ୍ଡି, ଡ଼.ମାୟାଧର ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଗଜପତି,ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ, ଡେପୁଟି କଲେକ୍ଟର ତଥା ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ଗଜପତି,ଶ୍ରୀ ମନୋଜ ରଞ୍ଜନ ଦଲେଇ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗଜପତି ଓ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ,ଭାରପ୍ରାପ୍ତ ଶାରୀରିକ ଶିକ୍ଷା ନିରୀକ୍ଷକ ଗଜପତି ଓ ମୁଖ୍ୟ ବକ୍ତା ଭାବରେ ଶ୍ରୀ ଅନୁପ ପଣ୍ଡା ପ୍ରମୁଖ ମଞ୍ଚାଷୀନ ଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଦାଶ କହିଥିଲେ ଯେ ଗଜପତି ଜିଲ୍ଲାରେ ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇଥିବାରୁ ସମସ୍ତ କ୍ରୀଡ଼ା ଶିକ୍ଷକ ଶିକ୍ଷୟତ୍ରୀ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଧନ୍ୟବାଦ୍ ଜଣାଇଥିଲେ। ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା କ୍ରୀଡ଼ାବିତ୍ ତଥା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଧନ୍ୟବାଦ୍ ଦେବା ସହ ଭବିଷ୍ୟତରେ ପାଠ ପଢିବା ସହିତ କ୍ରୀଡ଼ାକୁ ମଧ୍ୟ ଅଧିକ ଗୁରୁତ୍ଵ ଦେବା ସହିତ ଆଗକୁ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ଉତ୍ତମ ପ୍ରଦର୍ଶନ କରିବାକୁ ଆହ୍ବାନ କରିଥିଲେ। ସେହିପରି କ୍ରୀଡ଼ା ପ୍ରତିଯୋଗୀତାର ଛାତ୍ରଛାତ୍ରୀ ମାନଙ୍କ ଭିତରେ ଥିବା ଲୁକାୟିତ୍ୱ କ୍ରୀଡ଼ା ପ୍ରତିଭାକୁ ବିକଶିତ କରିବା ସହିତ ପ୍ରତିଯୋଗୀତାର ସମସ୍ତ କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ।

ଆଜିର ଏହି ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗୀତାରେ ୧୪ ବର୍ଷ ରୁ କମ୍ ବାଳକ ବର୍ଗରେ ଅନୁଗୁଳ ଜିଲ୍ଲା ବିଜେତା ହୋଇଥିବା ବେଳେ ଢେଙ୍କାନାଳ ଜିଲ୍ଲା ରୋନର ହୋଇଥିଲେ। ସେହିପରି ବାଳିକା ବର୍ଗରେ ଢେଙ୍କାନାଳ ଜିଲ୍ଲା ବିଜେତା ହୋଇଥିବା ବେଳେ ନୂଆପଡ଼ା ଜିଲ୍ଲା ରୋନର ହୋଇଥିଲେ। ସେହିପରି ୧୭ ବର୍ଷ ରୁ କମ୍ ବାଳକ ବର୍ଗରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେତା ହୋଇଥିବା ବେଳେ ଅନୁଗୁଳ ଜିଲ୍ଲା ରୋନର ହୋଇଥିଲେ ଓ ବାଳିକା ବର୍ଗରେ କେନ୍ଦ୍ରାପଡ଼ା ବିଜେତା ହୋଇଥିବା ବେଳେ ଢେ଼ଙ୍କାନାଳ ଜିଲ୍ଲା ରୋନର ହୋଇଥିଲେ। ଏହି ସମସ୍ତ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ବାରା ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ସେହିପରି ଏହି ପ୍ରତିଯୋଗିତାରେ ଉତ୍ତମ କାର୍ଯ୍ୟ ସମ୍ପାଦନା କରି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ଅତିଥି ମାନଙ୍କ ଦ୍ବାରା ସମ୍ବର୍ଦ୍ଧନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣ, ସମେତ କ୍ରୀଡ଼ା ଶିକ୍ଷକ ଶିକ୍ଷୟତ୍ରୀ ଶ୍ରୀ ପ୍ରିୟ ଦର୍ଶୀ ମିଶ୍ର, ସନ୍ତୋଷ ପ୍ରସାଦ ପଣ୍ଡା, ଲିଙ୍ଗରାଜ ସାହୁ, ଧୀରେନ୍ଦ୍ର ସାମଲ, ଇଶ୍ଵର ସାମଲ ଅଭିନ୍ନ ମିଶ୍ର, ତପଶ୍ୱନି ପଣ୍ଡା, ରେଖା ରାଣୀ ଦେଓ, ଦର୍ଷିତା ପଟ୍ଟନାୟକ ସହ ଜିଲ୍ଲାରୁ ସମସ୍ତ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେବା ସହ କାର୍ଯ୍ୟକ୍ରମକୁ ସହଯୋଗ କରିଥିବା ବେଳେ ଶିକ୍ଷୟତ୍ରୀ ଶ୍ରୀମତୀ ଶୁଲତା ମିଶ୍ର ଓ ଶିକ୍ଷକ ଶ୍ରୀ ଅମୂଲ୍ୟ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *