ଆର ପାରିରେ ବାଣପୁର ବରିଷ୍ଠ ସାମ୍ବାଦିକ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଥମ ଚେୟାରମ୍ୟାନ ରାଧାକୃଷ୍ଣ ରାମ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆର ପାରିରେ ବାଣପୁର ବରିଷ୍ଠ ସାମ୍ବାଦିକ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଥମ ଚେୟାରମ୍ୟାନ ରାଧାକୃଷ୍ଣ ରାମ ! ଚାଲିଗଲେ ବାଣପୁର ର ବର୍ଷିଆନ ସାମ୍ବାଦିକ, ସୂଚନା ଅଧିକାରୀ କର୍ମୀ ତଥା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଥମ ଚେୟାରମ୍ୟାନ ରାଧାକୃଷ୍ଣ ରାମ । ୮୮ ବର୍ଷ ବୟସରେ ସେ ଚାଲି ଯାଇଛନ୍ତି ଅଫେରା ରାଇଜକୁ , ଯେଉଁଠିକି ଗଲେ ଆଉ ଫେରି ହୁଏନି । ସ୍ବର୍ଗତ ରାମ ସମୟାନୁକ୍ରମେ ବାଣପୁର ରାଜସ୍ବ ଉପଖଣ୍ଡ ମାନ୍ୟତା ନିମିତ୍ତ ନଳିନୀକାନ୍ତ ପଟ୍ଟନାୟକ ଓ କେଦାରେଶ୍ଵର ନନ୍ଦଙ୍କ ସମେତ ଅନେକ ବିଜ୍ଞ ବ୍ଯକ୍ତି ସହିତ ଅଦ୍ୟାବଧି ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ବ ସଂଗ୍ରାମ କରିଛନ୍ତି । ତାଙ୍କ ପରଲୋକରେ ବାଣପୁରରେ ଶୁଣିବାକୁ ମିଳିଛି ଶୋକାପୂର୍ଣ୍ଣ ବାର୍ତ୍ତା – ହେ ମହାନ ବାଣପୁରିଆ, ବାଣପୁର ର ସୁଯୋଗ୍ଯ ସନ୍ତାନ ! ଆପଣଙ୍କ ଇଛା ମାଆ ଭଗବତୀ ପୁରଣ କରନ୍ତୁ । ବାଣପୁର ବାସୀଙ୍କ ପକ୍ଷରୁ ଆପଣଙ୍କୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞଳି ।।

Leave a Reply

Your email address will not be published. Required fields are marked *