ଶାରଦୀୟ ବନ୍ଧୁମିଳନ ଓ କବିତାରେ ଦଶହରା କାର୍ଯ୍ୟକ୍ରମ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଭୂତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦ ପକ୍ଷରୁ ଶାରଦୀୟ ବନ୍ଧୁମିଳନ ଓ କବିତାରେ ଦଶହରା କାର୍ଯ୍ୟକ୍ରମ ଯୁବବନ୍ଧୁ ଭବନ ଚକାପଦାଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କବି ତଥା ସଂଯୋଜକ ବଂଶୀଧର ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁମାର ଅମୀୟ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ସଂସଦର ଆବାହକ ଅକ୍ଷୟ କୁମାର ସାମଲଙ୍କ ଓ ପ୍ରତିଷ୍ଠାତା ସଦସ୍ୟ ଲଲାଟେନ୍ଦୁ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଡମପଡ଼ା ଆଞ୍ଚଳିକ ଡିଗ୍ରି ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତ ରଞ୍ଜନ ରଣା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ମନୋଜ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି ନିଜର ମତାମତ ଉପସ୍ଥାପନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କବି ଶଶୀଭୂଷଣ ତ୍ରିପାଠୀ, ପ୍ରଦୀପ କୁମାର ଜେନା, ବଳରାମ ପାଇକରାୟ, ଗୟାଧର ନାୟକ, କଂଗ୍ରେସ ରଣା, ମୁକ୍ତପ୍ରଭା ଆଚାର୍ଯ୍ୟ, ରବୀନ୍ଦ୍ର ବେଉରା, ବିଶ୍ବ ରଞ୍ଜନ ସ୍ବାଇଁ, ସୁଲୋଚନା ବେହେରା ପ୍ରମୁଖ କବିତାରେ ଦଶହରା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏକ ମନୋଜ୍ଞ କବିତା ପାଠୋତ୍ସବରେ ନିଜ ନିଜର ସ୍ଵ ରଚିତ କବିତା ପାଠ କରିଥିଲେ । ସଂପାଦକ ବାବୁଲି ରଣା ପରିଚାଳନା କରିଥିବା ବେଳେ ସଭାପତି ନିରଞ୍ଜନ ପଣ୍ଡା ଓ ଅନୁଷ୍ଠାନର ଆବାହକ ଅକ୍ଷୟ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *