ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କର ହରିଆଣା ଓ ମୁମ୍ବାଇ ଗସ୍ତ । ଆଜି ଅପରାହ୍ନରେ ସେ ହରିଆଣା ଅଭିମୁଖେ ଗସ୍ତ କରି ଆସନ୍ତା କାଲି ଚଣ୍ଡିଗଡ ଠାରେ ନବ ଗଠିତ ହରିଆଣା ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ । ଅପରାହ୍ନରେ ଚଣ୍ଡିଗଡ ଠାରେ ଏନ୍.ଡି.ଏ. ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ବୈଠକରେ ମଧ୍ୟ ଯୋଗଦେବେ । ଚଣ୍ଡିଗଡ ପରେ ମୁଖ୍ୟମନ୍ତ୍ରୀ ମୁମ୍ବାଇ ଗସ୍ତରେ ଯାଇ ୧୮ ତାରିଖ ଦିନ Indian Chemicals and Petrochemicals କ୍ଷେତ୍ରରେ ସମ୍ଭାବନା ସମ୍ବନ୍ଧିତ ଏକ ସମ୍ମିଳନୀରେ ଯୋଗ ଦେବେ । ୧୮ ତାରିଖ ଅପରାହ୍ନରେ ଓ ୧୯ ତାରିଖ ସକାଳେ ସେ ମୁମ୍ବାଇର ହୋଟେଲ Oberoi ଠାରେ ଆଗାମୀ ‘ Make In Odisha’ ପାଇଁ ‘ନିବେଶକ ସମ୍ମିଳନୀ’ରେ ଯୋଗଦେବେ। ୧୯ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରି ଆସିବେ।
ହରିଆଣା ଓ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ !!!

