ପରୀକୁ ନ୍ୟାୟ ପାଇଁ ଜାରି ରହିଛି ଆନ୍ଦୋଳନ !!!

0
369
Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲା ଲକ୍ଷ୍ମୀ ପ୍ରସାଦ ଯଦୁପୁର ଗ୍ରାମ ପରୀ ଅପହରଣ ଓ ହତ୍ୟା ଘଟଣାରେ ଦିନକୁଦିନ ବଢ଼ିବାରେ ଲାଗିଛି ପ୍ରତିବାଦର ସ୍ଵର । ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଇସ୍ତଫା ଏବଂ ଅପହରଣ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛି ଜିଲ୍ଲା ବିଜେପି । ବିଜେପି ସଭାପତି ଲାଲା ମନୋଜ ରାୟ ଓ ବିଜେପି ନେତ୍ରୀ ଇରାନୀ ରାୟଙ୍କ ନେତୃତ୍ୱରେ ଚାଲିଥିବା ଏହି ଧାରଣାରେ ପରୀକୁ ନ୍ୟାୟ ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବିଜେପିର ବହୁ ନେତା ଆସି ଧାରଣାରେ ସାମିଲ୍ ହେଉଛନ୍ତି । ରାଜ୍ୟ ବିଜେପିର ବରିଷ୍ଠ ନେତା ଠାକୁର୍ ରଣଜିତ ସିଂ ଓ ବିଭୁପ୍ରସାଦ ତରାଇ ଯୋଗଦେଇ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିବା ସହ ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରିଥିଲେ । ସେହିପରି ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ତଥା ବିଜେପି ନେତା ପ୍ରକାଶ ମିଶ୍ର ଧାରଣାରେ ଯୋଗ ଦେଇ ଏସଆଇଟି ର କ୍ଷମତା ନେଇ ଉଠାଇଛନ୍ତି ପ୍ରଶ୍ନ .

LEAVE A REPLY

Please enter your comment!
Please enter your name here