ଦେଢ଼ କୋଟିର ରତ୍ନ ପଥର ଜବତ : ଅଭିଯୁକ୍ତଙ୍କ ବିଜେଡି ଲିଙ୍କ ନେଇ ଚର୍ଚ୍ଚା !!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ସହର ମଧ୍ୟ ଭାଗ ତଥା ଜିଲାପାଳଙ୍କ କାର୍ଯ୍ୟାଳୟ ଠାରୁ ୩ଶହ ମିଟର ଦୂରତା ରେ ଥିବା ଜଗନ୍ନାଥ ଆପାର୍ଟମେଣ୍ଟରେ ରହୁଥିବା ଜିତେନ୍ଦ୍ର ବେହେରା ନାମକ ବ୍ୟକ୍ତିଙ୍କ ଘରୁ କ୍ରାଇମ ବ୍ରାଞ୍ଚ ପୋଲିସ ଚଢ଼ାଉ କରି ଦେଢ଼ କୋଟି ଟଙ୍କା ମୂଲ୍ୟର ରତ୍ନ ପଥର ଜବତ କରିବା ଘଟଣାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି । କ୍ରାଇମବ୍ରାଞ୍ଚ ଏବଂ ରାୟଗଡା ପୁଲିସ ର ମିଳିତ ଚଢ଼ାଉ ସମୟରେ ଜିତେନ୍ଦ୍ର ବେହେରାଙ୍କ ଘରୁ ୧.୫ କେଜି ରତ୍ନପଥର ବାହାରି ଥିଲା । ପୋଲିସ ତାଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଥିବାର ଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ରତ୍ନ ପଥର ଚୋରା କାରବାରରେ ରାୟଗଡା ଜିଲ୍ଲାର ବହୁ ପୁରୁଖା ନେତାଙ୍କର ମଧ୍ୟ ସମ୍ପୃକ୍ତି ଥିବା ନେଇ ସନ୍ଦେହ ପ୍ରକାଶ କରିଛି ପୁଲିସ . ଗିରଫ ଅଭିଯୁକ୍ତଙ୍କର ବହୁ ଆଗ ଧାଡ଼ିର ନେତା ଓ ବିଧାୟକ ମାନଙ୍କ ସହ ସିଧା ସଳଖ ସମ୍ପର୍କ ଥିବାରୁ ରତ୍ନ ପଥର ଚୋରା କାରବାର ସମ୍ପର୍କରେ ଅଧିକ ଖୋଳତାଡ ହେବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଛନ୍ତି କଂଗ୍ରେସ ଓ ବିଜେପି ର ସ୍ଥାନୀୟ ନେତା । କାରଣ ଜିତେନ୍ଦ୍ର ବେହେରାଙ୍କ ସହ ବିଜେଡି ଦଳର ଟାଣୁଆ ଓ ଛାମୁଆ ନେତା ଯଥା ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ବିଷମ କଟକ ବିଧାୟକ ଜଗନ୍ନାଥ ସରକା, ଗୁଣପୁର ବିଧାୟକ ଓ ରାୟଗଡା ଜିଲ୍ଲା ବ୍ଲକ ଅଧ୍ୟକ୍ଷ ଗଙ୍ଗା ପୁଅଲାଙ୍କ ସହ ଘନିଷ୍ଟ ବନ୍ଧୁତ୍ୱ ରହିଥିବା ଓ ଜିତେନ୍ଦ୍ର ବେହରା ବିଜେଡି ଦଳର ସମସ୍ତ କାର୍ଯ୍ୟକ୍ରମ, ନେତାଙ୍କ ବିବାହ ଭୋଜିରେ ଯୋଗଦେବାର ଫଟୋ ଏବେ ଭାଇ ରାଲ ହେଉଛି .

Leave a Reply

Your email address will not be published. Required fields are marked *