ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମାଆ ଗଜଲକ୍ଷ୍ମୀ ଙ୍କ ପୂଜା ରେ ବାଣପୁର ଅଞ୍ଚଳ ଏବେ ବେଶ ଚଳ ଚଞ୍ଚଳ ! ଓଡ଼ିଶାର କୋଣ ଅନୁକୋଣ ରେ ମାଆ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୧୩ ୱାଡରେ ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା କମିଟି ପାର୍କବଜାର ଆନୁକୁଲ୍ୟରେ ଚଳିତ ବର୍ଷ ମହା ଆଡ଼ମ୍ବର ଭାବେ ଅନୁଷ୍ଠିତ ହେଉଛି ମା’ ଗଜଲକ୍ଷ୍ମୀଙ୍କ ପୂଜା l ବିଭିନ୍ନ ଆଲୋକ ମାଳା ସହିତ ମାଆଙ୍କ ପୂଜା ମଣ୍ତପ ଓ ମାଆଙ୍କ ମୃଣ୍ମୟୀ ମୂର୍ତ୍ତିକୁ ରଙ୍ଗ ବେରଙ୍ଗ ଶାଢ଼ୀରେ ସୁସଜ୍ଜିତ କରାଯାଇଛି । ନୀତିକାନ୍ତି ଅନୁସାରେ ମାଆଙ୍କର କଳସ ଶୋଭା ଯାତ୍ରା ଓ ସୂର୍ଯ୍ୟ ପୂଜା ଖୁବ୍ ଆନନ୍ଦର ସହକାରେ ଅନୁଷ୍ଠିତ ହୋଇଯାଇଛି l ତେବେ ପାଞ୍ଚଦିନ ବ୍ୟାପି ଉକ୍ତ ପୂଜା ହେବାକୁ ଥିବାବେଳେ ତାହା କିପରି ଶାନ୍ତିଶୃଙ୍ଖଳା ର ସହ ହେବ ସହିତ ହେବ ଏବଂ ଅନୁରୂପ ଭାବେ ମା’ଙ୍କ ଭଷାଣି ଉତ୍ସବ କିପରି ଏ ନେଇ ହେବ ପୂଜା କମିଟିର ସମସ୍ତ ସଦସ୍ୟ ମାନେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ତାହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଅଙ୍ଗିକାରବଦ୍ଧ ଥିବାର କମିଟି ସଭାପତି ସୂଚନା ଦେଇଛନ୍ତି । ପ୍ରଥମ ଦିନ ଅବସରରେ ସନ୍ଧ୍ୟା ସମୟରେ ନାମ ସଂକ୍ରିତନ ହେବା ସହ ରାତ୍ର ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।।