କାର୍ତ୍ତିକ ମାସ ଆରମ୍ଭରୁ ପରିବା ଦର ହେଲାଣି ଆକାଶ ଛୁଆଁ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କାର୍ତ୍ତିକ ମାସ ଆରମ୍ଭରୁ ପରିବା ଦର ହେଲାଣି ଆକାଶ ଛୁଆଁ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମୁଖ୍ୟ ବଜାରରେ କାର୍ତ୍ତିକ ମାସ ଆରମ୍ଭରୁ ପରିବା ଦର ଆକାଶ ଛୁଆଁ ହେଲାଣି । ପୁଣ୍ୟ ମାସ ଭାବେ କଥିତ ଏହି ମାସରେ ପ୍ରାୟ ସଂଖ୍ୟାଧିକ ଘରେ ଲୋକେ ଆମିଷ ଖାଆନ୍ତି ନାହିଁ । ତେଣୁ ସାଦା ବା ନିରାମିଷ ଖାଦ୍ୟ ପାଇଁ ପନିପରିବା ଉପରେ ଲୋକେ ଅଧିକ ନିର୍ଭରଶୀଳ ହୋଇଥାନ୍ତି । ହେଲେ ଗତ କିଛି ଦିନ ଧରି ପରିବା ଦର ବୃଦ୍ଧି ହେବାରେ ଲାଗିଛି । ଯାହା ଫଳରେ ଗ୍ରାହକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି ।ତେବେ ଅନ୍ୟ ଉପାୟ ନ ପାଇ ଲୋକେ ପୂର୍ବାପେକ୍ଷା କମ ପରିମାଣର ପନି ପରିବାରେ କାମ ଚଳାଇବାକୁ ବାଧ୍ୟ ହେଉଛନ୍ତି । ପକେଟରୁ ଅଧିକ ଟଙ୍କା ଯାଉଛି ମାତ୍ର ବ୍ୟାଗରେ ପରିବା ଭର୍ତ୍ତି ହେଉନାହିଁ । କାଙ୍କଡ଼ କେଜି 120, ଆଳୁ କେଜି 40, ପିଆଜ 60, ଟମାଟୋ କେଜି 80,ବାଇଗଣ 50, କଞ୍ଚା ଲଙ୍କା କେଜି 120, ପୋଟଳ କେଜି 100, ଫୁଲ କୋବି କେଜି 100 ଏହି ଭଳି ବିଭିନ୍ନ ସ୍ଥାନରେ ରହିଛି ଦରଦାମ !

Leave a Reply

Your email address will not be published. Required fields are marked *