ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କୃଷ୍ଣଚନ୍ଦ୍ର ଗଜପତି ମହାରାଜା ଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଓଡିଆ ବକୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ କୃତି ବିବେଚିତ ପ୍ରତିଯୋଗୀଙ୍କୁ ଆସନ୍ତା ୨୯ ତାରିଖ ଦିନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ପୁରସ୍କୃତ କରାଯିବ । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ମଧ୍ଯ ଓଡ଼ିଆ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବିଜୟୀ ପ୍ରତିଯୋଗୀଙ୍କୁ ଆସନ୍ତା ନଭେମ୍ବର ୨ ତାରିଖ ଦିନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ସମ୍ମାନିତ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯିବ । ପ୍ରତିଯୋଗୀତାର ବିଚାରକ ମଣ୍ଡଳୀ ଭାବେ ବିଚିତ୍ରାନନ୍ଦ ବେବର୍ତ୍ତା, ଭଗବତ ପାଢୀ, ଦେବଦାସ ତମାରପୁ, ଡି.ଶ୍ରୀରାମ ମୂର୍ତ୍ତି, ସସ୍ମିତା ମିଶ୍ର, ସୁଲତା ଶୁଭଦର୍ଶୀନୀ ,ପଦ୍ମିନୀ ପଣ୍ଡା, ଜଗନ୍ନାଥ ପଟ୍ଟନାୟକ, କିଶୋର ଦାସ ଓ ଏନ୍.ଜଗଦିଶ ପ୍ରମୁଖ ଯୋଗ ଦେଇଥିଲେ ।
ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ !!!

