ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନାଚୁଣୀ ପୋଲିସ ର ଜୁଆ ଆଡ୍ଡା ଉପରେ ଚଢ଼ାଉ , ୫ ଗିରଫ । ବାଣପୁର ବ୍ଲକ ନାଚୁଣୀ ଥାନା ପୋଲିସ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୫ ଜଣ ଜୁଆଡ଼ି ଙ୍କୁ ଗିରଫ କରିବା ସହ ନଗଦ ୫୪୫୦ ଟଙ୍କା ଜବତ କରିଛି । ଘଟଣା ରୁ ପ୍ରକାଶ ଯେ ନାଚୁଣୀ ଥାନା ବଉଳାବନ୍ଧ ଗ୍ରାମରେ ଏକ ଜୁଆ ଆଡ୍ଡା ଚାଲୁଥିବା ଖବର ପାଇ ନାଚୁଣୀ ଥାନା ଅଧିକାରୀ ଙ୍କ ନିର୍ଦ୍ଦେଶ ରେ ଏସଆଇ ରୁଚିକାନ୍ତ ମହାକୁଡ଼, ଏ ଏସ ଆଇ ଅକ୍ଷୟ ସେଠୀ, ପ୍ରଦୀପ ପ୍ରଧାନ ଏବଂ କନେଷ୍ଟବଳ ଅରୁଣ ପୂରି ପ୍ରମୁଖ ଏହି ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ ! ଜୁଆଡ଼ି ସଞ୍ଜୟ ବେହେରା, ପ୍ରଦୀପ ନାୟକ, ବୀର ବେହେରା, ପୂର୍ଣ୍ଣ ବେହେରା ଓ ଶୁକ ବେହେରାଙ୍କୁ ଗିରଫ କରିବା ସହିତ ନଗଦ ୫୪୫୦ ଟଙ୍କା ଜବତ କରିଛନ୍ତି ! ଥାନାରେ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ଜୁଆଡି ମାନଙ୍କୁ କୋର୍ଟ ଚାଲାଣ କରା ଯାଇଥିବାର ନାଚୁଣୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ନାଚୁଣୀ ପୋଲିସ ର ଜୁଆ ଆଡ୍ଡା ଉପରେ ଚଢ଼ାଉ : ୫ ଗିରଫ !!!

