କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଡେରାବିଶ ଓ ଗରଦପୁର ବ୍ଲକ ରେ ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା କରିଛନ୍ତି ପାଟକୁରା ବିଧାୟକ । ବାତ୍ୟା “ଦାନା” କୁ ନେଇ ପାଟକୁରା ନିର୍ବାଚନ ମଣ୍ଡଳୀ ର ଦୁଇ ବ୍ଲକ ଡେରାବିଶ ଓ ଗରଦପୁର ବ୍ଲକ ରେ ସ୍ଥିତି ସମୀକ୍ଷା କରିବା ସହ ଡେରାବିଶ ଓ ଗରଦପୁର ବ୍ଲକ ର ବିଡ଼ିଓ ମାନଙ୍କ ସହ ବିଶେଷ ଭାବେ ଆଲୋଚନା କରିଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର । ପାରାଦ୍ୱୀପ ର ସୀମାନ୍ତ ଡେରାବିଶ ଓ ଗରଦପୁର ହୋଇଥିବା ବେଳେ ତଳିଆ ଅଞ୍ଚଳ ପ୍ରଭାବିତ ହେବା ସମ୍ଭାବନା ରହିଛି ! ପାଟକୁରା ବିଧାୟକ ସବୁ ଦିଗକୁ ଦେଖି ସମୀକ୍ଷା କରିଛନ୍ତି ଓ ପାଟକୁରା ଡେରାବିଶ ରେ ଥିବା ଏକାଧିକ ବାତ୍ୟା ଆଶ୍ରୟ ସ୍ଥଳୀ ରେ ଲୋକ ଙ୍କୁ ସଠିକ ଥଇଥାନ ବ୍ୟବସ୍ଥା ରେ ସଫଳ ରୂପାୟନ ପାଇଁ ମଧ୍ୟ ଆଲୋଚନା କରିଛନ୍ତି ।
ଡେରାବିଶ ଓ ଗରଦପୁର ବ୍ଲକ ରେ ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା କରିଛନ୍ତି ପାଟକୁରା ବିଧାୟକ !!!

