ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଲ୍ୟାଣ୍ଡ ଫଲ କରି ଦୁର୍ବଳ ହୋଇ ଚାଲିଯାଇଛି ବାତ୍ୟା ! ରାଜ୍ୟରେ ହୋଇନି ବିଶେଷ କ୍ଷୟକ୍ଷତି , ହେଲେ ବାତ୍ୟା ମୁକାବିଲା ପାଇଁ ବାଲୁଗାଁ ଅଗ୍ନିଶମ ବାହିନୀ ଥିଲା ପୁରା ପ୍ରସ୍ତୁତ । ୧୦ ଜଣ ଙ୍କୁ ନେଇ ଦୁଇଟି ଗଠିତ ହୋଇଥିବା ସମୟରେ ଆସନ୍ତା ୨୬ ପର୍ଯ୍ୟନ୍ତ ଆଲର୍ଟ ରହିବା କୁ ଜିଲ୍ଲାପାଳଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ପ୍ରକାରର ଆବଶ୍ୟକୀୟ ସାମଗ୍ରୀ ତଥା ଆସ୍କା ଲାଇଟ, ଗ୍ୟାସ କଟର, ହାଇଡ୍ରୋଲିକ କଟର, ଲାଇଫ ଟିୟୁବ , ଲାଇଫ ଜ୍ୟାକେଟ, ସ୍ପୀଡ଼ ବୋଟ ମଧ୍ୟ ପ୍ରସ୍ତୁତ ରହିଛି । ଖାଲୁଆ ଅଞ୍ଚଳରେ ପାଣି ଖାଲି କରିବା ପାଇଁ ମଧ୍ୟ ବଡ଼ ବଡ ପାଣିପମ୍ପର ବ୍ୟବସ୍ଥା କରାଯାଇଛି । ଚିଲିକା ଉପକୂଳ ସମସ୍ତ ଅଞ୍ଚଳ ଉପରେ ନଜର ରଖିଥିଲା ଏହି ଟିମ ! ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚିଲିକା ଭିତରକୁ ନଯିବାକୁ ବାରଣ କରିଛି ଜିଲ୍ଲା ପ୍ରଶାସନ ।।
ବାତ୍ୟା ‘ଦାନା ‘ ମୁକାବିଲା ପାଇଁ ବାଲୁଗାଁ ଅଗ୍ନିଶମ ବାହିନୀ ର ପ୍ରସ୍ତୁତି ଥିଲା ଜୋରଦାର !!!

