ଖଣି ଅଞ୍ଚଳରେ ପ୍ରଶାସନର ୧୬୩ ଧାରା ଲାଗୁ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଖଣି ଅଞ୍ଚଳରେ ପ୍ରଶାସନର ୧୬୩ ଧାରା ଲାଗୁ ! କାଳିଆପାଣି ଥାନା ଟାଟା ଷ୍ଟିଲର ୩ ଖଣି ସୁକିନ୍ଦା, ସାରୁଆବିଲ ଓ କମର୍ଦ୍ଦା କ୍ରୋମାଇଟ୍‌ ଖଣିରେ ଛଟେଇ ଶ୍ରମିକଙ୍କ ପୁନଃ ନିଯୁକ୍ତି ଦାବିରେ ସୁକିନ୍ଦା ରିଜିଅନ କ୍ରୋମାଇଟ୍‌ ଖାଦାନ ମଜଦୁର ସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି ରହିଥିବା ଆନ୍ଦୋଳନ, ବିକ୍ଷୋଭ ପ୍ରଦର୍ଶନ ଓ ଗଣଧାରଣା ପରିପ୍ରେକ୍ଷୀରେ ବଡ଼ ଧରଣର ଆଇନ ଶୃଙ୍ଖଳା ପରିସ୍ଥିତି ଆଶଂକାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨ ମାସ ପାଇଁ ୧୬୩ ଧାରା ଲାଗୁ କରାଯାଇଛି । ସ୍ଥାନୀୟ ପୋଲିସ ପକ୍ଷରୁ ଆନ୍ଦୋଳନ ସ୍ଥଳରେ ଏ ସଂପର୍କିତ ଘୋଷଣା ସହ ପାର୍ଶ୍ବସ୍ଥ କାନ୍ଥରେ ନୋଟିସ ଲଗା ଯାଇଛି । ଆନ୍ଦୋଳନକୁ ନେଇ ଆଜି ଶ୍ରମିକ ସଂଘ ଓ ଟାଟାଷ୍ଟିଲ କର୍ତ୍ତୃପକ୍ଷ ମଧ୍ୟ‌ରେ ଅନୁଷ୍ଠିତ ଦ୍ବିପାକ୍ଷିକ ସମାଧାନ ବୈଠକ ବିଫଳ ହୋଇଥିଲା । ଆନ୍ଦୋଳନ ପାଇଁ ୩ ଖଣିରେ କ୍ରୋମ୍‌ ପରିବହନ ଓ ଜଳ ନିଷ୍କାସନ ସେବା ବାଧାପ୍ରାପ୍ତ ହେବା ସୂଚନା ଆଧାରରେ ଜିଲ୍ଲାପାଳ ଅନ୍ବେଷା ରେଡ୍ଡି ଓ ଏସ୍‌ପି ଯଶ ପ୍ରତାପ ଶ୍ରୀମଲ ଏହାକୁ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ‌ରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦଙ୍କ ପକ୍ଷରୁ ଆସନ୍ତା ଡିସେମ୍ବର ମାସ ୨୦ ତାରିଖ ଉକ୍ତ ୩ ଖଣି ଫାଟକରେ ୧୬୩ ଧାରା ଲାଗୁ ସମ୍ପର୍କରେ ଡାକବାଜି ଯନ୍ତ୍ର ଯୋଗେ ଘୋଷଣା କରାଯାଇଛି !

Leave a Reply

Your email address will not be published. Required fields are marked *