ପୁଣ୍ଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସତ୍ୟବାଦୀ ପଞ୍ଚସଖା ଯୁଗର ଅନନ୍ୟ ସାରସ୍ବତ ସାଧକ, ନିସ୍ୱାର୍ଥପର ଜନ ସେବକ, ପ୍ରବୀଣ ରାଜନୀତିଜ୍ଞ, ଓଡିଆ ଭାଷା ସାହିତ୍ୟର ଏକୋନିଷ୍ଠପୂଜାରୀ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ବାଣପୁରର ହେହେରୁ ସେବାସଂଘ କନକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ଓ ବାଲୁଗାଁ -ବାଣପୁର ଅଞ୍ଚଳର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନଚ଼ିଲିକା ସାହିତ୍ୟ ସମାଜର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାରୋହରେ ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦ ଦାସ ସଭାପରିଚାଳନା କରିଥିବା ବେଳେ “ବିଶ୍ଵ ମୁକ୍ତି”ର ସଂପାଦକ ପ୍ରାଧ୍ୟାପକ ଶଶାଙ୍କ ଚୂଡ଼ାମଣି ମୁଖ୍ୟ ଅତିଥି, ନାଚୁଣି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଧ୍ୟାପକ ରାଜକିଶୋର ସାହୁ ସମ୍ମାନିତ ଅତିଥି, ବାଲୁଗାଁ ମହାବିଦ୍ୟାଳୟର ଦର୍ଶନ ବିଭାଗର ପ୍ରମୁଖ ଅଧ୍ୟାପକ ଡ଼ଃ କୌଳାସଚନ୍ଦ୍ର ମହାରଣା ମୁଖ୍ୟବକ୍ତା,  ସୁସାହିତ୍ୟିକ ଡ଼ଃ ଦେବାଶିଷ ମହାପାତ୍ର ସମ୍ମାନୀତ ବକ୍ତା ଏବଂ ସାହିତ୍ୟଏକାଡ଼େମୀର ପ୍ରତିନିଧି ସହ ସଚିବ ସଂଜୟକୁମାର ଛୁଆଳସିଂବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇ ପଣ୍ଡିତ ମିଶ୍ରଙ୍କ ବହୁମୁଖୀ ପ୍ରତିଭାର ଗୁଣଗାନ କରି ବା ସହିତ ଓଡିଆ ଭାଷା ସାହିତ୍ୟରେ  କାଳିଜାଇ ଗାଥା କବିତା ତାଙ୍କୁ ଚିରକାଳ ଓଡ଼ିଆଜାତିର ପ୍ରତିଟି ହୃଦୟରେ ଚିରସ୍ମରଣୀୟ କରି ରଖିଥିବ ବୋଲି ପ୍ରକାଶ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରତ୍ୟୁଷରୁ ବାଣପୁର ଅଞ୍ଚଳର ଜନସାଧାରଣ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ବଜାରରଶିଶୁ ଉଦ୍ୟାନରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସାମ୍ବାଦିକ ନୃସିଂହ ପ୍ରସାଦ ମିଶ୍ରଙ୍କ ସଭାପତିତ୍ଵ ,ଗବେଷକମଦନ ମହାପାତ୍ର ଓ କବି ରମେଶ ମହାପାତ୍ରଙ୍କ ପରିଚାଳନା ଏବଂ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁଙ୍କ ସୁନ୍ଦର ସଂଯୋଜନା ରେ ଏକ ମନୋଜ୍ଞ କବିତା ପାଠୋତ୍ସବ ସାହିତ୍ୟଆସର ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଅଞ୍ଚଳର ବହୁ କବି ଗାଳ୍ପିକ ଯୋଗ ଦେଇ ସ୍ଵରଚିତ କବିତା ଆବୃତ୍ତି କରିଥିଲେ । ଶିକ୍ଷାବିତ୍ ରାଜେନ୍ଦ୍ର ପ୍ରସାଦ ରଥ ବେଦପାଠ କରିଥିଲା ବେଳେ ସାହିତ୍ୟ ସମାଜର ସଂପାଦକ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଲକ୍ଷ୍ମୀଧର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ନେହେରୁ ସେବା ସଂଘର ଛାତ୍ରଛାତୀମାନଙ୍କଦ୍ୱାରା ଉଦ୍‌ବୋଧନୀ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I

Leave a Reply

Your email address will not be published. Required fields are marked *