ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜରାସ୍ତାରେ ଓଡିଶା ସରକାରୀ ଆଉଟ ସୋର୍ସିଙ୍ଗ ପାରାମେଡିକାଲ କର୍ମଚାରୀ ସଂଘର ସଦସ୍ୟ ! ଦାବୀ ହାସଲ ପାଇଁ ରାଜଧାନୀ ଲୋୟର ପିଏମଜି ରେ ବସି ରହିଛନ୍ତି ଶହ ଶହ କର୍ମଚାରୀ ! କରୋନା ସମୟରେ ଆବଶ୍ୟକତା ଥିବାରୁ ସେମାନଙ୍କୁ ଦିଆ ଯାଇଥିଲା ନିଯୁକ୍ତି ! କିନ୍ତୁ ପରବର୍ତ୍ତୀ ସମୟରେ ଛଟେଇ କରାଯାଇଥିବାରୁ ଏହାର ଦୃଢ ପ୍ରତିବାଦ କରି ସ୍ଥାୟୀ ନିଯୁକ୍ତି ଦାବୀ କରିଛନ୍ତି ! ପୂର୍ବ ସରକାର ସମୟରେ ମଧ୍ୟ ଏପରି ନୀତିକୁ ବିରୋଧ କରି ରାଜରାସ୍ତାକୁ ଆସିଥିଲେ ସେମାନେ , ଏବେର ସରକାର ମଧ୍ୟ ସେଇ ପୁରୁଣା କର୍ମଚାରୀ ମାରଣ ନୀତି ଆପଣେଇ ଥିବାର କରିଛନ୍ତି ଅଭିଯୋଗ ! ଦେଖାଯାଉ ସରକାର ସେମାନଙ୍କର ଦାବୀ ପ୍ରତି କଣ କରୁଛନ୍ତି ବିଚାର !