ଝାଡେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଶୁଖିଲା ଭାତ ଖାଇଲେ ଛାତ୍ର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଝାଡେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶୁଖିଲା ଭାତ ଖାଇଲେ ଛାତ୍ର , ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ! ଦାନଗଦି ବ୍ଲକ ଅନ୍ତର୍ଗତ ଝାଡେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦିବା 2 ଘଟିକା ସମୟରେ ଶୁଖିଲା ଭାତ ଖାଇଲେ ଛାତ୍ର ! ଏନେଇ ଅଭିଭାବକ ମାନେ ଉତ୍ତେଜିତ ହୋଇଥିବା ଦେଖିବାକୁ ମିଳିଛି । ସୁଚନା ମୁତାବକ ଦାନଗଦି ବ୍ଲକ ଅନ୍ତର୍ଗତ ଝାଡେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଦିନ ମଧ୍ୟାହ୍ନ ଭୋଜନରେ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପିଲା ମାନଙ୍କୁ ଶୁଖିଲା ଭାତ ଖାଇବାକୁ ଦିଆଯାଇଥିଲା ! ଏହା ଶୁଣି ଅଭିଭାବକ ମାନେ ବିଦ୍ୟାଳୟରେ ପହଞ୍ଚି କାରଣ ପଚାରିବା ସହିତ ଭିଡ଼ିଓ କରି ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *