ଜିଲାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ମୋର ମୂଳ ଲକ୍ଷ୍ୟ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ ନୂତନ ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ଡ଼ା.ମୁବାରକ ଅଲ୍ଲୀ ଦାୟିତ୍ଵ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ଅଲ୍ଲୀ କହିଛନ୍ତି ଯେ ଗଜପତି ଜିଲ୍ଲାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ମୋର ମୂଳ ଲକ୍ଷ୍ୟ ହେବ ! ଏଥି ସହ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଠାରୁ ଆରମ୍ଭ କରି ସମଗ୍ର ଗଜପତି ଜିଲ୍ଲାରେ ଥିବା ସମସ୍ତ ଡାକ୍ତରଖାନାର ସାମୁହିକ ବିକାଶ ଓ ରହି ଆସିଥିବା ସମସ୍ୟା ଗୁଡିକର ସମାଧାନ ସହ ଜିଲ୍ଲାରେ ଖାଲି ପଡ଼ିଥିବା ସମସ୍ତ ବିଶେଷଜ୍ଞ ଡାକ୍ତର ପଦବୀ ସହ ଅନ୍ୟାନ୍ୟ ଡାକ୍ତର ପଦବୀ ସହ ଖାଲି ରହିଥିବା ସ୍ୱାସ୍ଥ୍ୟ କର୍ମୀ, ନର୍ସ, ଟେକନିସିଆନ ସମସ୍ତ ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ଭିତ୍ତି ଭୂମି ପୂରଣ ପାଇଁ ସରକାରଙ୍କ ସହଯୋଗରେ କାର୍ଯ୍ୟ କରିବି ! ଶ୍ରୀ ଅଲ୍ଲୀ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ ହିଁ ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ଅସ୍ଥାୟୀ ଦାୟିତ୍ୱରେ ଥିଲେ । ଡା. ଅଲ୍ଲୀ ଏଥି ପୂର୍ବରୁ ସ୍ବାସ୍ଥ୍ୟ ବିଭାଗର ଅନେକ ଦାୟିତ୍ବରେ ରହି ନିଜ କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ସ୍ୱାସ୍ଥ୍ୟ ବିଭାଗ ଏବଂ ସାଧାରଣଙ୍କ ଠାରେ ବେଶ ପରିଚିତ ଅଟନ୍ତି ! ଶ୍ରୀ ଅଲ୍ଲୀ ନୂତନ ସିଡ଼ିଏମ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଲାସ୍ତରୀୟ ଡାକ୍ତରଖାନାର ସମସ୍ତ ଡାକ୍ତର ଏବଂ ବିଭାଗୀୟ ସମସ୍ତ କର୍ମଚାରୀ ଶ୍ରୀ ଅଲ୍ଲୀଙ୍କୁ ଫୁଲ ତୋଡ଼ା ପ୍ରଦାନ କରି ସ୍ୱାଗତ କରିବା ସହ ଅଭିନନ୍ଦନ ଜଣାଇଛନ୍ତି !

Leave a Reply

Your email address will not be published. Required fields are marked *