ବିରାଟ ଚାଷୀ ଗର୍ଜନ ସମାବେଶ ପାଇଁ ଗାଁ ଗାଁରେ ବୈଠକ !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଦେଶକୁ ଅନ୍ନ ଯୋଗାଉଥିବା କୃଷକ ମାନଙ୍କ ଉପରେ ସବୁବେଳେ ଅବହେଳା ଅଣଦେଖା କରାଯାଉଛି ! ଚାଷୀ ଓ ଚାଷ ର ସମସ୍ୟା ର ସମାଧାନ ପାଇଁ ଦୀର୍ଘ ବର୍ଷ ହେଲା ରାଜବୋଡାସମ୍ବର କୃଷକ ସଂଗଠନ ଲଢେଇ କରି ଆସୁଛି l ସବୁ ବର୍ଷ ପରି ଏବର୍ଷ ମଧ୍ୟ ନଭେମ୍ବର ୮ ତାରିଖ ପଦ୍ମପୁର ଗୋରୁବଜାର ଠାରେ ହଜାର ହଜର ଚାଷୀ ମାନଂକୁ ନେଇ ଏକ ଚାଷୀ ଗର୍ଜନ ସମାବେଶ ହେବ l ଏଣୁ ଗାଇସିଲେଟ ବ୍ଲକ ର କାନ୍ଦଗାଡ଼, କୁଳିଆରି, ବରିହାପୁଖପାଣି, କେନ୍ଦୁଭଟା ଇତ୍ୟାଦି ବିଭିନ୍ନ ଗ୍ରାମ ମାନଙ୍କରେ ପ୍ରିୟ ଚାଷୀ ନେତା ରମେଶ ମହାପାତ୍ର ଓ ସଂଗଠନ ର ସକ୍ରିୟ ସାଥି ଲିଙ୍ଗ ପ୍ରଧାନ ଙ୍କ ଉପସ୍ଥିତି ରେ ଗାଇସିଲେଟ ବ୍ଲକ କୃଷକ ସଂଗଠନ ସଭାପତି ଅରବିନ୍ଦ ପଣ୍ଡା ଙ୍କର ନେତୃତ୍ୱରେ ସମାବେଶ ରେ ହଜାର ହଜାର ସଂଖ୍ୟା ରେ ଯୋଗଦେବା ପାଇଁ ଆହ୍ୱାନ କରାଯାଇଥିଲା l ଏକ ବିରାଟ ରାଲି ସହ ଚାଷୀ ମାନଙ୍କ ଅନେକ ଦାବୀ ନେଇ ଏହି ସମାବେଶ କରାଯିବl ନେଇ ନିଷ୍ପତି କରାଯାଇଛି l ଆଜିର ଏହି ବୈଠକରେ ମାନଙ୍କରେ ଆବାହକ ବୀରେନ୍ଦ୍ର ପଧାନ, ସମ୍ପାଦକ ଗଜପତି ସାହୁ, କୋଷାଧକ୍ଷ ଆନନ୍ଦ ପଧାନ, ପ୍ରସନ୍ନ କୁମ୍ଭାର,ଗୁପ୍ତେଶ୍ୱର ସାହୁ, ହିମାଂଶୁ ମାଝୀ, ରୋହିତ ପଧାନ ପ୍ରମୁଖ ସାମିଲ ଥିଲେ l

Leave a Reply

Your email address will not be published. Required fields are marked *