ବାଣପୁର ଶ୍ରୀନିବାସପୁର ଗ୍ରାମରେ ନାଟକ ମଞ୍ଚସ୍ଥ : “ହାଃ କୃଷ୍ଣ ବୋଲି ଯାଉ ଜୀବନ ” !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପବିତ୍ର କାର୍ତ୍ତିକ ମାସ ଅବସରରେ ବାଣପୁର ବିଜ୍ଞାପିତ ଅଞ୍ଚଳ ଶ୍ରୀନିବାସପୁର ଗ୍ରାମର ମା କୁଣ୍ଡାଖାଇ ଦେବୀ ନାଟ୍ୟ ସଂସଦର କଳାକାର ମାନଙ୍କ ଦ୍ବାରା ଦଶମ ଅବଦାନ ରେ ଡକ୍ଟର ନିହାର ରଞ୍ଜନ ମହାନ୍ତି ଙ୍କ ରଚନା ଓ ନାଟ୍ୟକାର ମାଧବ ଚନ୍ଦ୍ର ବିଶ୍ୱାଳ ଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ସାରା ଓଡ଼ିଶାର ଘରେ ଘରେ ଚର୍ଚ୍ଚିତ ଥିବା ଏ ବର୍ଷର ଶେଷ୍ଠ ସାମାଜିକ ନାଟକ “ହାଃ କୃଷ୍ଣ ବୋଲି ଯାଉ ଜୀବନ ” ନାଟକ ରବିବାର ମଞ୍ଚସ୍ଥ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ନୃସିଂହ ମିଶ୍ର ଙ୍କ ସଭାପତିତ୍ବରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସୁର୍ଯ୍ୟକାନ୍ତ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଗୋଦାବରୀଶ ବିଦ୍ୟାପୀଠ ର ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ମିନତୀ ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ କାହ୍ନୁ ଚରଣ ଆଚାର୍ଯ୍ୟ, ଆଇନଜୀବୀ ଜଗଦୀଶ ପଟ୍ଟନାୟକ, ବିପ୍ଲବ ମୁଦୁଲି, ସାମ୍ବାଦିକ ରାକେଶ ସାହୁ, ଶିକ୍ଷାବିତ ନୀଳମାଧବ ହୋତା ଙ୍କ ସମେତ ସତ୍ୟନାରାୟଣ ହୋତା ପ୍ରମୁଖ ଯୋଗଦେଇ ନାଟକ ପ୍ରାରମ୍ଭରୁ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ କଳା, ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ । ‌ମ୍ୟାନେଜର ଅଭିମନ୍ୟୁ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ସାମାଜିକ ନାଟକ ଟିକୁ ଦେଖିବାପାଇଁ ସ୍ଥାନୀୟ ଅଂଚଳର ବହୁ ନାଟକ ପ୍ରେମୀଙ୍କର ସମାଗମ ହୋଇଥିଲା ।

Leave a Reply

Your email address will not be published. Required fields are marked *