ଜବରଦଖଲ ରୁ ମୁକ୍ତ କରାଯିବ ଚାଟେଶ୍ୱର ମନ୍ଦିର ସମ୍ପତି !!!

Spread the love

ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଜବରଦଖଲ ରୁ ମୁକ୍ତ କରାଯିବ ଚାଟେଶ୍ୱର ମନ୍ଦିର ସମ୍ପତି ! କଟକ ଜିଲ୍ଲା ସାଲେପୁର ବ୍ଲକ୍ ର କିଶିନାପୁର ରେ ଅବସ୍ଥିତ ଓଡ଼ିଶାର ସର୍ବ ପୁରାତନ ପୁରାଣ ବର୍ଣ୍ଣିତ ପ୍ରସିଦ୍ଧ ଶୈବ ପୀଠ ଚାଟେଶ୍ୱର ମନ୍ଦିର ! ଏହାର ଏକର ଏକର ସମ୍ପତି ଏବେ ଜବରଦଖଲକାରୀଙ୍କ କବଜା ରେ ରହିଥିବା ବେଳେ , ଜବରଦଖଲ ରୁ ମୁକ୍ତ କରିବା ସହ ମନ୍ଦିର ସୁରକ୍ଷା ପାଇଁ ଚାଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଆଜି ଏକ ଗୁରୁତତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଛି ! ମନ୍ଦିର ଟ୍ରଷ୍ଟି ଗୋଲଖ ଚନ୍ଦ୍ର ଦାସ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବୈଠକରେ ସାଲେପୁର ଥାନା ଅଧିକାରୀ ମନୋଜ ସ୍ବାଇଁ , ପାଗା ଫାଣ୍ଡି ଅଧିକାରୀ କୁଞ୍ଜ ବିହାରୀ ଧିର ଓ ସାଲେପୁର ବାର ଆସୋସିଏସନ୍ ସଭାପତି ବିକ୍ରମ କେଶରୀ ଵଳ ଙ୍କ ସମେତ ବହୁ ବ୍ୟକ୍ତି ଯୋଗ ଦେଇ ମନ୍ଦିର ଜମିର ସୁରକ୍ଷା ଓ ଉନ୍ନତି ମୂଳକ କାର୍ଯ୍ୟ ପ୍ରସଙ୍ଗ ରେ ଆଲୋଚନା କରିଥିଲେ ! ଜବରଦଖଲ କାରୀଙ୍କ ବିରୁଦ୍ଧରେ ଟ୍ରଷ୍ଟ ବୋର୍ଡ ଆଇନ ର ଦ୍ୱାରସ୍ଥ ହେବା ପାଇଁ ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯାଇଛି !

Leave a Reply

Your email address will not be published. Required fields are marked *