ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସାଲେପୁର ର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଙ୍କ ପିତା ଦୁଃଶାସନ ବେହେରା ଙ୍କ ଜଗତପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରାତ୍ରି ୧୦.୪୫ ମିନିଟ ରେ ଦେହାନ୍ତ ହୋଇଥିବା ସୂଚନା । ସ୍ବର୍ଗତ ବେହେରା ଜଣେ ମିଷ୍ଟଭାଷୀ, ପରୋପକାରୀ, ସମାଜସେବୀ ଭାବେ ଅଞ୍ଚଳରେ ପରିଚିତ ଥିଲେ । ଶେଷ ସମୟରେ ପୁଅ ପ୍ରକାଶ ବେହେରା, ରମେଶ ବେହେରା, ବୋହୁ, ଝିଅ, ନାତି, ନାତୁଣୀ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ । ଖବର ପାଇ ବିଳମ୍ବିତ ରାତିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଙ୍କ ପିତୃ ବିୟୋଗ !!!

