ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସାମାଜିକ ତାରତମ୍ୟ ହ୍ରାସ କରିବାରେ ଦର୍ଶନଶାସ୍ତ୍ର ସହାୟକ ହୁଏ , ବାଲୁଗାଁ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ ଆଜି ବିଶ୍ୱ ଦର୍ଶନ ଦିବସ ଓ ରାଜ୍ୟ ସ୍ତରୀୟ ସମ୍ପାନ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଓ ମହାନ ଦାର୍ଶନିକ ସକ୍ରେଟିସଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଛାତ୍ରୀମାନଙ୍କ ସ୍ୱାଗତ ନୃତ୍ୟ ପରେ ଦର୍ଶନ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଅତିଥି ପରିଚୟପ୍ରଦାନ କରିଥିଲେ l ସ୍ୱାଗତ ଭାଷଣ ଦେଇ ଅଧ୍ୟକ୍ଷ ଲଷ୍ମୀଧର ସୁବୁଦ୍ଧି ଦର୍ଶନର ପ୍ରାସଙ୍ଗିକତା ଓ ସାମାଜିକ ପ୍ରତିବଦ୍ଧତା ସମ୍ପର୍କରେ ବିଭିନ୍ନ ଦାର୍ଶନିକ ମାନଙ୍କର ଦୃଷ୍ଟିଭଙ୍ଗୀ ଉପସ୍ଥାପିତ କରିଥିଲେ l ଏହି ଅବସରରେ ଦର୍ଶନ ବିଭାଗର ନିୟମିତ ପତ୍ରିକା “ତତ୍ତ୍ୱଧାରା “ର ତୃତୀୟ ସଂଖ୍ୟା ସନ୍ଥକବି ଭୀମଭୋଇଙ୍କ ଦର୍ଶନ ସମ୍ବଳିତ ସ୍ୱତନ୍ତ୍ର ବିଶେଷାଙ୍କ କୁ ଅତିଥିମାନେ ଉନ୍ମୋଚନ କରିଥିଲେ l ପତ୍ରିକାର ସମ୍ପାଦକ ତଥା ଦର୍ଶନ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଦର୍ଶନ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଛାତ୍ରୀ ସନ୍ଧ୍ୟାରାଣୀ ପାଇକରାୟ ବିଭାଗର ବିବରଣୀ ପାଠ କରିଥିଲେ lଏହାପରେ ମୁଖ୍ୟ ଅତିଥି ତଥା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ବିଭାଗ ମୁଖ୍ୟ ଡକ୍ଟର ବସନ୍ତ କୁମାର ଦାଶ ଦର୍ଶନଶାସ୍ତ୍ର କିପରି ବୌଦ୍ଧିକ ଜିଜ୍ଞାସା, ବିଚାରଗତ ସ୍ପଷ୍ଟୀକରଣ ଓ ନୈତିକ ମୂଲ୍ୟବୋଧ ମାଧ୍ୟମରେ ଜଗତର ମଙ୍ଗଳ କରିଥାଏ ଓ ଜୀବନ ସହିତ ସମାଜର ନିବିଡ଼ ସମ୍ପର୍କକୁ ପରିପୁଷ୍ଟ କରିଥାଏ ତାହା ଗୀତା ଶାସ୍ତ୍ର ଜରିଆରେ ଆଲୋଚନା କରିଥିଲେ l ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନବରଙ୍ଗପୁର ପୁର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ରାଧାନାଥ ବେହେରା ସକ୍ରେଟିସଙ୍କ ବାଲ୍ୟକାହାଣୀ, ପ୍ଲାଟୋ ଓ ଆରିଷ୍ଟୋଟଲଙ୍କ ଦର୍ଶନ ସହିତ ଗାନ୍ଧି ଓ ବିବେକାନନ୍ଦଙ୍କ ସୂକ୍ଷ୍ମ ଚିନ୍ତନକୁ ସଂଯୋଜିତ କରିଥିଲେ l ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ ଦର୍ଶନ ଶାସ୍ତ୍ରର ପ୍ରୟୋଗlତ୍ମକତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହାପରେ ଫିଲୋକୁଇଜ ଓ ଦର୍ଶନ ନିବନ୍ଧ ଉପସ୍ଥାପନା କରିଥିବା କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ l ଏହି ଅବସରରେ ଦର୍ଶନ ବିଭାଗ ପକ୍ଷରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ସହିତ ସ୍ମୃତି ଫଳକ ଓ ପୁସ୍ତକ ଉପହାର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମକୁ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ l ଉକ୍ତ କାର୍ଯ୍ୟକ୍ରମରେ ଡକ୍ଟର ମୋନାଲିସା ମାନସିଂହ, ଡଃ ସନ୍ତୋଷ ରଥ, ସ୍ୱାତୀ ସ୍ଵାଗତିକା, ପ୍ରିୟମ୍ବଦା ମହାପାତ୍ର, ପ୍ରବୀଣ ଜେନା, ସୁଧାକର ନାୟକ ପ୍ରମୁଖ ବହୁ କର୍ମଚାରୀ ଓ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l