କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ଗାନ୍ଧୀ ଭବନ ସଭା କକ୍ଷରେ ଅଗ୍ରଣୀ ସାମାଜିକ ଗଣମାଧ୍ୟମ ଚାନେଲ ସଂଯୋଗ ଟୁଡେ ପକ୍ଷରୁ ଅନୁଷ୍ଠିତ ହୋଇଯାଇଅଛି ପ୍ରଥମ ବାରଙ୍ଗ ଗୈାରବ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ରେ ବରିଷ୍ଠ ସମାଜସେବୀ ବୁଦ୍ଧିଜୀବୀ ପ୍ରତାପ ଚନ୍ଦ୍ର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଅତିଥି ଭାବେ ବାରଙ୍ଗ ଅଞ୍ଚଳର ବରିଷ୍ଠ ସମାଜସେବୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ , ସମ୍ମାନୀତ ଅତିଥି ଭାବେ ନାରୀ ନେତ୍ରୀ ସୁମିନା ପ୍ରଧାନ , ଇଁ ଅକ୍ଷୟ କୁମାର ବେହେରା , ସମାଜସେବୀ ସନ୍ତୋଷ କୁମାର ପାତ୍ର , ଯୁବନେତା ନଳିନୀ କୁମାର ରାୟ , ଆଦି ଯୋଗଦେଇ ପ୍ରଥମ ବାରଙ୍ଗ ଗୈାରବ ସମ୍ମାନ କାର୍ଯ୍ୟକ୍ରମ ପାଇଁ ସଂଯୋଗ ଟୁଡେ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ସ୍ୱାଗତ କରିବା ସହ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବାରଙ୍ଗ ଅଞ୍ଚଳର କଳା ସଂସ୍କୃତି ଓ ପରମ୍ପରା ସହ ଐତିହ୍ୟ ର ପ୍ରଚାର ପ୍ରସାର ଦିଗରେ ସହୋଯୋଗ କରିବା ସହ ପ୍ରକୃତ ପ୍ରତିଭା ବାନ ବ୍ୟକ୍ତିବିଶେଷ ମାନଙ୍କୁ ଚିହ୍ନଟ କରି ସମ୍ମାନ ପ୍ରଦାନ କରିବା ଏକ ସୂନ୍ଦର ପଦକ୍ଷେପ ବୋଲି ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ , କାର୍ଯ୍ୟକ୍ରମ ରେ ଦିଲିପ୍ କୁମାର ବେଉରା ସଭାପତିତ୍ବ କରି ଏହି କାର୍ଯ୍ୟକ୍ରମ ର ପ୍ରକୃତ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରି ଆଗକୁ ଏହି କାର୍ଯ୍ୟକ୍ରମ ବର୍ଦ୍ଧିତ ଭାବେ କରିବାକୁ ପ୍ରୟାସ କରାଯିବା ନେଇ ଆଲୋଚନା ରଖିଥିଲେ , ସଂଯୋଗ ଟୁଡେ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନୀତ କରାଯାଇଥିବାବେଳେ ଅନୁଷ୍ଠାନ ର ଏଭଳି କାର୍ଯ୍ୟକ୍ରମ କୁ ସମସ୍ତେ ପ୍ରଶଂସା କରିଥିଲେ , କାର୍ଯ୍ୟକ୍ରମ ରେ ସଭା ପରିଚାଳକ ଭାବେ ସୁରେଶ ଚନ୍ଦ୍ର ମହାନ୍ତି ଯୋଗଦେଇ ପରିଚାଳନ କରିଥିବା ବେଳେ ସୁଧିର କୁମାର ସାହୁ ଓ ଟିମ୍ ସମସ୍ତ ଦାୟିତ୍ବ ନିର୍ବାହ କରି କାର୍ଯ୍ୟକ୍ରମ ସଫଳ କରିବା ରେ ସହୋଯୋଗ କରିଥିଲେ !
ପ୍ରଥମ ବାରଙ୍ଗ ଗୈାରବ ସମ୍ମାନ କାର୍ଯ୍ୟକ୍ରମ !!!

