ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ର ନଗ୍ନ ଚିତ୍ର !!!

0
34

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ବଙ୍ଗିଦା ଠାରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଅବହେଳା ରୁ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧାରରେ l ଅବ୍ୟବସ୍ଥା କାରଣରୁ ଵିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମଧ୍ୟାହ୍ନ ଭୋଜନକୁ ତ୍ୟାଗ କରିଛନ୍ତି, କାରଣ ଖାଦ୍ୟରୁ କୁଢ କୁଢ଼ ଧଳା ପୋକ ବାହାରିବାରୁ ଛାତ୍ର ଛାତ୍ରୀ ମାନେ ଏହି ନିଷ୍ପତି ନେବାକୁ ବାଧ୍ୟ ହୋଇଛନ୍ତି ! ଆଗରୁ ମଧ୍ୟ ବହୁତ ଥର ଏହି ପୋକ ବାହାରିବାକୁ ନେଇ ଅଭିଯୋଗ ଆସିଛି l କିନ୍ତୁ କୌଣସି ସୁଫଳ ମିଳିନାହିଁ l ଗତ ଗୁରୁବାର ଦିନ ଵିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମଧ୍ୟାହ୍ନ ଭୋଜନକୁ ତ୍ୟାଗ କରିବାରୁ ବହୁ ପରିମାଣର ଖାଦ୍ୟ ନଷ୍ଟ ହୋଇଛି, ଯାହାକୁ ନେଇ ସାଧାରଣରେ ଚର୍ଚା ହେଉଛି ! ସରକାରଙ୍କ ଏତେ ସବୁ ସୁବିଧା ଥାଇ ମଧ୍ୟ ଆଜି ଛାତ୍ର ଛାତ୍ରୀ ମାନେ ପୋକ ସାଲୁ ବାଲୁ ମଧ୍ୟାହ୍ନ ଭୋଜନ ଖାଉଛନ୍ତି, ଖାଲି ସେତିକି ନୁହେଁ , ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ କେହି କାହା ସହିତ ପଡୁ ନାହାନ୍ତି ଏବଂ ବିଦ୍ୟାଳୟ ଭିତରେ ପରସ୍ପର ସହିତ ଗାଳି ଗୁଲଜ ହେଉଛନ୍ତି ! ଏପରିକି ମନଇଚ୍ଛା ଛୁଟିରେ ରହୁଛନ୍ତି, ଏହି ସବୁ ସମସ୍ୟାକୁ ନେଇ ଯଦି ଅଭିଭାବକ ମାନେ ଅଭିଯୋଗ କରୁଛନ୍ତି ସେମାନଙ୍କ କଥାକୁ କର୍ଣ୍ଣପାତ କରୁନାହାନ୍ତି ଓ ଅଭିଭାବକ ଙ୍କୁ ଧମକ ମଧ୍ୟ ଦେଉଛନ୍ତି ଆମେ ଆପଣଙ୍କର ନାମରେ ଏତଲା ଦେବୁ ! ସମସ୍ୟାକୁ ଦେଖି ସାଧାରଣରେ ଘୋର ନିନ୍ଦା କରାଯାଇଛି l ଏହାର ପ୍ରଭାବ ପିଲା ମାନଙ୍କ ଉପରେ କଣ ପଡ଼ିବ, ପିଲା ମାନଙ୍କ ଭବିଷ୍ୟତ କଣ ହେବ ? ଗରିବ ଖଟିଖିଆ ତା ପିଲାକୁ ବେସରକାରୀ ବିଦ୍ୟାଳୟରେ ପଢ଼ିବା ପାଇଁ ଅର୍ଥ ନଥିବାରୁ ସେ ତାର ସନ୍ତାନକୁ ସରକାରୀ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଛାଡ଼ୁଛନ୍ତି l ବିଦ୍ୟାଳୟରେ ଯଦି ଏହି ଭଳି ପରିସ୍ଥିତି ଲାଗି ରହିବ ତାହେଲେ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହେବାକୁ ଆଉ ସମୟ ଲାଗିବ ନାହିଁ l ବଙ୍ଗିଦା ବିଦ୍ୟାଳୟର ସମସ୍ୟାକୁ ଶିକ୍ଷା ଅଧିକାରୀ ଏବଂ ବି.ଇ.ଓ ଜାଣି ମଧ୍ୟ କୁମ୍ଭକର୍ଣ୍ଣ ନିଦରେ ଶୋଇ ରହିଛନ୍ତି l ଏପଟେ ଶିକ୍ଷକ ଅଭାବରୁ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଅନ୍ଧକାରମୟ ହେବାକୁ ବସିଛି ! ଖବର ପ୍ରସାରଣ ପରେ ସରକାର କଣ ପଦକ୍ଷେପ ନେଉଛନ୍ତି ଏବଂ ସ୍ଥାନୀୟ ପ୍ରଶାସନ ଏହି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବା ବାକି ରହିଲା !

LEAVE A REPLY

Please enter your comment!
Please enter your name here