ଗୋଦାବରୀଶ ମହାବିଦ୍ୟାଳୟ ,ରୋଭର୍ସ ଓ ରେଞ୍ଜର୍ସ ଙ୍କ ବସ୍ତ୍ର ବଣ୍ଟନ ଏବଂ ଏଡସ୍ ସଚ଼େତନତା ସାଇକେଲ ରାଲି !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗୋଦାବରୀଶ ମହାବିଦ୍ୟାଳୟ ର ରୋଭରର୍ସ , ରେଞ୍ଜର୍ସ ମାନେ ମହାବିଦ୍ୟାଳୟ ର ଫାଟକ ଠାରୁ ଏଡସ ସଚେତନତା ସାଇକେଲ ରାଲି ଆରମ୍ଭ କରି କୋଶରଡା ଗ୍ରାମ ରେ ପହଞ୍ଚି ବସ୍ତ୍ର ବଣ୍ଟନ କରିଥିଲେ । ସୂଚନା ଯୋଗ୍ୟ ଯେ ମହାବିଦ୍ୟାଳୟ ର ରୋଭର ଓ ରେଞ୍ଜର ମାନେ ପ୍ରାୟ ଏକ ମାସ ଧରି ମହାବିଦ୍ୟାଳୟ ରେ ଏକ ବସ୍ତ୍ର ବ୍ଯାଙ୍କ କରି ପୁରୁଣା ବସ୍ତ୍ର ସଂଗ୍ରହ କରିଥିଲେ । ମହାବିଦ୍ୟାଳୟ ର ଅଧ୍ୟକ୍ଷ ବିନାୟକ ହୋତା, ମହାବିଦ୍ୟାଳୟ ର ରୋଭର ଲିଡର୍ ଆଦିତ୍ୟ ସାରଥୀ ବେଦମତ୍ତା, ରେଞ୍ଜର ଲିଡର ସୁଶ୍ରୀ ଉତ୍କଳିକା ପାଢ଼ୀ ଓ ସମାଜ ସେବୀ ବୈରାଗୀ ଚରଣ ବଳ ଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏଥିରେ ପୁରାତନ ରୋଭର ମିଥୁନ ତରାଇ, ସୁନିଲ୍ କୁମାର ସ୍ବାଇଁ,ସୌମ୍ଯ ରଞ୍ଜନ ହରିଚନ୍ଦନ ,ତୋଫାନ ବେହେରା, ଓମ୍ ପ୍ରକାଶ ମହଲା ବର୍ତ୍ତମାନ ରୋଭର ଲିଡର ତୁଷାର କାନ୍ତ ମଲ୍ଲିକ, ରେଞ୍ଜର ଲିଡର ଚିନ୍ମୟୀ ମିଶ୍ର ,୪୦ ରୋଭର୍ସ ଓ ରେଞ୍ଜର୍ସ ,୧୦୦ ରୁ ଉର୍ଦ୍ଧ୍ବ ଗ୍ରାମ ର ମହିଳା, ପୁରୁଷ ଓ କିଛି ନାବାଳକ ଯୋଗ ଦେଇଥିଲେ । ପିଲାମାନଙ୍କ ପାଇଁ କ୍ରୀଡା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଖାଦ୍ୟ ର ଆୟୋଜନ ହୋଇଥିଲା।

Leave a Reply

Your email address will not be published. Required fields are marked *