ଆନ୍ତର୍ଜାତୀୟ ବାଲୁକାକଳା ମହୋତ୍ସବରେ ସମ୍ମାନିତ ସନ୍ତୋଷଙ୍କୁ ଜନ୍ମଭୂମିରେ ସମ୍ବର୍ଦ୍ଧନା !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଆନ୍ତର୍ଜାତୀୟ ବାଲୁକାକଳା ମହୋତ୍ସବରେ ସମ୍ମାନିତ ସନ୍ତୋଷଙ୍କୁ ଜନ୍ମଭୂମିରେ ସମ୍ବର୍ଦ୍ଧନା ! ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ କଳା ପ୍ରଦର୍ଶନ କରି ସମ୍ମାନିତ ହୋଇଥିବା ଶିଳ୍ପୀ ସନ୍ତୋଷ ପ୍ରଧାନଙ୍କୁ ନିଜ ଜନ୍ମଭୂମି ହରିପୁର ରେ ସମ୍ବର୍ଦ୍ଧନା ଜଣାଇଛନ୍ତି ଗ୍ରାମବାସୀ । ଗତ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଚନ୍ଦ୍ରଭାଗା ବେଳା ଭୂମିରେ ଅନୁଷ୍ଠିତ ୧୪ ତମ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ଭାରତ ସମେତ ବିଭିନ୍ନ ଦେଶର ବାଲୁକା ଶିଳ୍ପୀ ନିଜର ବାଲୁକା କଳାକୃତି ପ୍ରଦର୍ଶନ କରିଥିଲେ। ସେହି ପ୍ରତିଯୋଗିତାରେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମ ସନ୍ତୋଷ କୁମାର ପ୍ରଧାନ ନିଜର ଅନେକ କଳାକୃତି ପ୍ରଦର୍ଶନ କରି ସମ୍ମାନିତ ହେବା ସହ ସୁକିନ୍ଦା ଅଞ୍ଚଳ ପାଇ ଗୌରବ ଆଣିଛନ୍ତି । ଚନ୍ଦ୍ରଭାଗାରୁ ଫେରିବା ପରେ ସନ୍ତୋଷଙ୍କୁ ହରିପୁର ମା ପଠାଣିଆଙ୍କ ମନ୍ଦିର ପରିସରରେ ଗ୍ରାମବାସୀଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ସନ୍ତୋଷଙ୍କ ଏହି କୃତିତ୍ୱ ପାଇଁ ବିଭିନ୍ନ ମହଲରୁ ଶୁଭେଛାର ଶୁଅ ଛୁଟିଛି ।

Leave a Reply

Your email address will not be published. Required fields are marked *