ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜ୍ୟର ବଛା ବଛା ପଚାଶ ଜଣ ପ୍ରତିଭା ହେଲେ ସମ୍ବର୍ଦ୍ଧିତ ! ସମାଜସେବା ଠାରୁ ଆରମ୍ଭ କରି ସାମ୍ବାଦିକତା , ରାଜନୀତି , ହାସ୍ୟଭିନୟ , ଶିକ୍ଷକତା , ଅଭିନୟ , ବ୍ଲଗର , ଶିଶୁ କଳାକାର , ଚିତ୍ରଶିଳ୍ପୀ ଏବଂ ଡିଜିଟାଲ ମିଡ଼ିଆ ପ୍ରତିନିଧି ଙ୍କୁ ସମ୍ମାନୀତ କଲେ ଟାଇମ୍ସ ୱାନ ଓଡ଼ିଆ ଗ୍ରୁପ ର ସଦସ୍ୟ ! ଅବସର ଥିଲା ଡିଜିଟାଲ ମିଡ଼ିଆ ଟାଇମ୍ସ ୱାନ ଓଡ଼ିଆ ର ଚତୁର୍ଥ ସ୍ଵନକ୍ଷତ୍ର ! ରାଜଧାନୀ ର ହୋଟେଲ ଏକସେଲେନସି ରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ରାଜ୍ୟସଭା ସାଂସଦ ଡ଼ଃ ଅମର ପଟ୍ଟନାୟକ , ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ , ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ , ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ , ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର ପ୍ରମୂଖ ଯୋଗ ଦେଇଥିଲେ ! ଡିଜିଟାଲ ମିଡ଼ିଆ ରେ ଦୀର୍ଘ ଚାରି ବର୍ଷ ଧରି ନିରପେକ୍ଷ ଭାବରେ ଖବର ପରିବେଷଣ କରି ଆସୁଥିବା ଟାଇମ୍ସ ୱାନ ଓଡ଼ିଆ ଚ୍ୟାନେଲ ଆଗାମୀ ଦିନରେ ମଧ୍ୟ ତାର ସ୍ୱତନ୍ତ୍ରତା ବଜାୟ ରଖିବ ବୋଲି କହିଛନ୍ତି ଚ୍ୟାନେଲ ର ମୁଖ୍ୟ ସମ୍ପାଦକ ଅକ୍ଷୟ ଚାନ୍ଦ !
ଟାଇମ୍ସ ୱାନ ଓଡ଼ିଆ ର ଚତୁର୍ଥ ସ୍ଵନକ୍ଷତ୍ର ଉତ୍ସବ !!!

