ମକର ମେଳା ପାଇଁ ବୈଦେଶ୍ଵର ଥାନାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ !!!

Spread the love

ବୈଦେଶ୍ଵର (ଆୱାଜ ମିଡିଆ) – ପ୍ରଶାନ୍ତ କୁମାର କର : କଟକ ଜିଲ୍ଲା ବାଙ୍କୀ ଓ ବଡ଼ମ୍ବା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ବୈଦେଶ୍ୱର ମହାନଦୀ ମଧ୍ୟରେ ଥିବା ଟି ସେତୁ ବଡମ୍ବାସ୍ଥିତ ସିଂହନାଥ ପୀଠରେ ମକରମେଳା ପାଇଁ ବୈଦ୍ୟେଶ୍ୱର ଥାନା ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ତିନି ଦିନ ଧରି ଅନୁଷ୍ଠିତ ହେବ ମକର ମେଳା ଏବଂ ମକର ମହୋତ୍ସବ ! କଟକ ଜିଲ୍ଲାର ସର୍ବ ପୂରାତନ ଶୈବପୀଠ ରୂପେ ପରିଚିତ ବୈଦ୍ୟେଶ୍ୱର -ଗୋପୀନାଥପୁର ଟି ସେତୁ ମହାନଦୀର ମଧ୍ୟ ଭାଗରେ ପଥୁରିଆ ପାହାଡ଼ର ପାଦ ଦେଶରେ ବିରାଜିତ ବାବା ସିଂହନାଥ ପୀଠ । ଶତାଧିକ ବର୍ଷ ଧରି ପାଳିତ ହେଉଥିବା ମକର ମେଳା ମକର ସଂକ୍ରାନ୍ତି ଦିନଠାରୁ ବାବା ସିଂହନାଥ ପୀଠରେ ପାଳିତ ହୁଏ ମକର ମେଳା ।

ବିଗତ ଦିନରେ ମେଳା ସମୟରେ ଦଳା ଚକଟାରେ ଜଣେ ମହିଳା ମୃତ୍ୟୁ ବରଣ କରିଥିଲେ , ଏ ନେଇ ଚଳିତ ବର୍ଷ ମକର ମେଳାକୁ ଶାନ୍ତି ଶୃଙ୍ଖଳାର ସହ କରିବା ଲାଗି ଆଜି ବାଙ୍କୀ ପ୍ରଶାସନ ପକ୍ଷରୁ ବୈଦ୍ୟେଶ୍ୱର ଥାନା ବ୍ୟାଖ୍ୟାନ କେନ୍ଦ୍ରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରସ୍ତୁତି ବୈଠକରେ ବାଙ୍କୀ ଉପ ଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି, ବାଙ୍କୀ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ଅଂଶୁମାନ ଦାସ, ବାଙ୍କୀ ଥାନାର ଭାରପ୍ରାପ୍ତ ଅଧିକାରି ଦିଲ୍ଲୀପ ଭୂୟାଁ , ବାଙ୍କୀ ଏସଡିପିଓ ବିଜୟ କୃଷ୍ଣ ମହାପାତ୍ର, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ପ୍ରସନ୍ନ କୁମାର ପରମଗୁରୁ, ଅଗ୍ନିଶମ ଅଧିକାରି,ପରିମଳ ଓ ପାନୀୟଜଳ ବିଭାଗ, ବିଦ୍ୟୁତ୍ ବିଭାଗ ଅଧିକାରି, ପୂର୍ତ୍ତ ବିଭାଗ ଅଧିକାରୀ, ଇରିଗେଶନ ଅଧିକାରି , ସ୍ଥାନୀୟ ସରପଞ୍ଚ ସୁରଞ୍ଜନ ପଣ୍ଡା, ସମାଜସେବୀ ପ୍ରଫୁଲ୍ଲ କୁମାର ସାହୁଙ୍କ ସମେତ ସ୍ଥାନୀୟ ଅଞ୍ଚଳ ବାସୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *