ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚ ଶିକ୍ଷା ବିଭାଗ ପ୍ରୋତ୍ସାହନରେ ସମସ୍ତ ଉଚ୍ଚ ବିଦ୍ୟାଳୟ ମାନଙ୍କ ରେ ଛାତ୍ରୀ ମାନଙ୍କ ଆତ୍ମରକ୍ଷା ନିମନ୍ତେ ଆତ୍ମରକ୍ଷା କୌଶଳ ତାଲିମ୍ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସୋମବାର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ତାଲିମ ଶିବିରର ଉଦଘାଟନୀ ଉତ୍ସବରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ବର ଷଡଙ୍ଗୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅତିଥି ଭାବେ ବାଣପୁର ଅଞ୍ଚଳର କରାଟେ ପ୍ରଶିକ୍ଷକ ଇଜାଉଲ ହକ୍, ଅଧ୍ୟାପକ ପ୍ରଶାନ୍ତ ଦାଶ, ମନୋଜ ମହାପାତ୍ର, ଅଧ୍ୟାପିକା ସୁଚିତ୍ରା ଦାଶ ଓ ଗ୍ରନ୍ଥାଗାରୀକ ଅକ୍ରୁର ପ୍ରଧାନ ପ୍ରମୁଖ ଯୋଗଦେଇ ଆଜିର ସମାଜରେ ମହିଳା ମାନେ କିପରି ଅସୁରକ୍ଷିତ ଅଛନ୍ତି ଏବଂ ଛାତ୍ରୀ ମାନଙ୍କୁ ଜୀବନର ପ୍ରତିଟି କ୍ଷେତ୍ରରେ ନିର୍ଭୀକ ଭାବେ ନିଜର ଆତ୍ମରକ୍ଷା କରିବା ସହ ସମସ୍ତ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପରାମର୍ଶ ଦେବା ସହ ସେ ଦିଗରେ ଏହି ଆତ୍ମରକ୍ଷା ତାଲିମ କିପରି ସହାୟକ ହେବ ସେ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ତାଲିମ୍ ଶିବିର ଆଠ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ବେଳେ ଯୁକ୍ତ ଦୁଇ ଶ୍ରେଣୀ ପ୍ରଥମ ବର୍ଷର ୧୫୭ ଜଣ ଛାତ୍ରୀ ଅଂଶଗ୍ରହଣ କରି ବିଭିନ୍ନ ଆତ୍ମରକ୍ଷା କୌଶଳ ମାନ ତାଲିମ ନେବେ। ଏହି ତାଲିମ୍ ଶିବିର କୁ କ୍ରୀଡା ଶିକ୍ଷକ ବିଭୁଧେନ୍ଦୁ ମାନସିଂହ ପରିଚାଳନା କରିବାକୁ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ କଳ୍ପଶ୍ରୀ ପ୍ରଧାନ ଓ ଅର୍ଚ୍ଚନା ବେହେରା ତାଲିମ୍ ପ୍ରଦାନ କରିବେ।ବିଦ୍ଯାଳୟର କମ୍ପୁଟର ପ୍ରଶିକ୍ଷକ ଶିବ ଶଙ୍କର ପଣ୍ଡାଙ୍କ ସମେତ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ମାନେ ଉକ୍ତ ଶିବିର ପରିଚାଳନାରେ ସହଯୋଗ କରିଥିଲେ।