ସନ୍ତୋଷ କ୍ଲବ ସମ୍ମୁଖରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ସରସ୍ଵତୀ ଶିଶୁ ଶିକ୍ଷା ମନ୍ଦିର ଓ ସନ୍ତୋଷ କ୍ଳବର ମିଳିତ ଆନୁକୁଲ୍ୟରେ ବଢ଼େଇସାହି ସ୍ମିତ ସନ୍ତୋଷ କ୍ଲବ ସମ୍ମୁଖରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମଙ୍ଗଳାବାଗ ପୂଜା କମିଟିର ସମ୍ପାଦକ ଗଣେଶ ଚନ୍ଦ୍ର ଦାସ, ବିଶିଷ୍ଟ ସମାଜସେବୀ ରାକେଶ ସାହୁ, ବଢେଇ ସାହିର ସଭାପତି ବିଜୟ ମହାରଣା , ସମ୍ପାଦକ ସୁଶାନ୍ତ ସାହୁ, ମନୋଜ ମହାରଣା , ସନ୍ତୋଷ କ୍ଳବ୍ ର ସଭାପତି ରାହୁଲରାଜ ସାହୁ, ସମ୍ପାଦକ ସରୋଜ ମହାରଣା ଏବଂ ଅନ୍ୟ ସଦସ୍ୟ ମାନେ ଯୋଗଦାନ କରିଥିଲେ ।ଏହି କାର୍ଯ୍ୟକ୍ରମ ଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ସ୍ନେହଲତା ମହାନ୍ ଙ୍କ ପୌରାହିତ୍ୟ ରେ ଆୟୋଜିତ ହୋଇଥିଲା ! ମୁଖ୍ୟ ଅତିଥି ଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯାଇ ୭୬ ତମ ସାଧାରଣତନ୍ତ୍ର ବିଷୟରେ ଅଭିଭାଷଣ ପ୍ରତିପାଦନ କରାଯାଇଥିଲା । ସର୍ବଶେଷରେ ବିଦ୍ୟାଳୟର ଗୁରୁଜୀ ପ୍ରସନ୍ନ ନାୟକଙ୍କ ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରଭାତ ଫେରି କରାଯାଇଥିଲା ।

Leave a Reply

Your email address will not be published. Required fields are marked *